ପାଟଣାଗଡ଼ ବିଜେଡ଼ି ବିଧାୟକ ସରୋଜ ମେହେରଙ୍କୁ ଅଟକ ରଖିଲା ପୁଲିସ
1 min read
ଆଓରି-ଭୁବନେଶ୍ଵର(୨୪/୦୬) : ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ । ବିଧାୟକଙ୍କୁ ବଲାଙ୍ଗୀର ଏକ ଗୁପ୍ତ ସ୍ଥାନରେ ଅଟକ ରଖି ପୋଲିସ ଜେରା କରୁଛି । ଜେଇଙ୍କୁ କାନଧରି ଉଠବସ କରାଇ ବିବାଦରେ ଛନ୍ଦି ହୋଇ ଯାଇଥିଲେ ବିଜେଡି ବିଧାୟକ ସରୋଜ ମେହେର । ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ଥାନୀୟ ଲୋକେ ବିଧାୟକଙ୍କ ଗିରଫଦାରୀକୁ ନେଇ ଦାବି କରି ଆସୁଥିଲେ । ତେବେ ଶେଷରେ ନିଜେ ବିଧାୟକ ଆତ୍ମସମର୍ପଣ କରିଥିବା ଜଣା ପଡିଛି।
ରାସ୍ତାରେ ସର୍ବ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ଉଠ୍ବସ୍ କରିବା ଘଟଣା । କନିଷ୍ଠ ଯନ୍ତ୍ରୀଙ୍କୁ କେବଳ ବସ୍ଉଠ୍ ନୁହେଁ ସେଠାରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ବିଧାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଚାପୁଡ଼ା ମାରିଛନ୍ତି । ଆକ୍ରମଣ ଭୟରେ ସେଠାରେ ସେ ବସ୍ଉଠ୍ ହେବାକୁ ବାଧ୍ୟ ହୋଇଥିଲେ । ଲଜ୍ଜାଜନକ ପରିସ୍ଥିତି ଯୋଗୁଁ ସେଠାରେ କିଛି କହିପାରିନଥିଲେ ।