ଅପରାଧ

ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟାକାରୀକୁ ଗିରଫ କଲା ପୁଲିସ

ଆଓରି-ନୂଆଦିଲ୍ଲୀ(୨୮/୧୨) : ଗୋହତ୍ୟା ସନ୍ଦେହରେ ଉତ୍ତର ପ୍ରଦେଶର ବୁଲନ୍ଦସର୍‌ରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଗୁରୁବାର ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟାକାରୀକୁ ଗିରଫ କରାଯାଇଛି। ସେ ହେଉଛନ୍ତି ଟ୍ୟାକ୍ସି ଚାଳକ ପ୍ରଶାନ୍ତ ନାତ୍‌। ସେ ହିଁ ସୁବୋଧଙ୍କୁ ଗୁଳିକରି ହତ୍ୟା କରିଥିବା ସ୍ଵୀକାର କରିଛି। ପୂର୍ବରୁ ମାମଲାରେ ମୋଟ ୨୭ ଜଣଙ୍କ ନାମ ରହିଥିଲା। ଏହାପରେ ୧୯ ଜଣଙ୍କୁ ଗିରଫ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button