ଅପରାଧଜାତୀୟ

ଯବାନଙ୍କର ପୋଷାକ ପରିଧାନ କରି ବୁଲୁଥିବା ୪ ଜଣ ଆତଙ୍କବାଦୀ ଗିରଫ

ଆଓରି-ନୂଆଦିଲ୍ଲୀ(୩୦/୧୧) : ସେନା ସୁରକ୍ଷା ବାହିନୀ ଯବାନଙ୍କର ପୋଷାକ ପରିଧାନ କରି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୪ ଜଣ ଆତଙ୍କବାଦୀଙ୍କୁ ଆଜି ପୁଲିସ୍‌ ପଠାନକୋଟ୍‌ରୁ ଗିରଫ କରିଛି। ଏହି ଚାରି ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଯବାନଙ୍କର ପୋଷାକ ପରିଧାନ କରି ଗତକାଲି ସନ୍ଧ୍ୟାରେ ପଠାନ୍‌କୋଟ୍‌ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଏସଂପର୍କରେ ସ୍ଥାନୀୟ ଲୋକମାନେ ପୁଲିସ୍‌କୁ ଖବର ଦେବାପରେ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ, ସେତେବେଳକୁ ଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ପକ୍ଷରୁ ଜୋରଦାର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।

ଶେଷରେ ପୁଲିସ୍‌ ଆଜି ଏହି ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିିରଫ କରିବା ସହ ସେମାନଙ୍କ ନିକଟରୁ ସେନା ଯବାନଙ୍କ ପୋଷାକକୁ ମଧ୍ୟ ଜବତ କରିଛି। ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀମାନେ ଏକ କୁଖ୍ୟାତ ଆତଙ୍କବାଦୀ ସଦସ୍ୟ ଥିବା ଜାଣିବାକୁ ମିଳିଛି। ତେବେ, ଗିରଫ ଆତଙ୍କବାଦୀମାନଙ୍କୁ ପୁଲିସ୍‌ ଏବେ ଜେରା ଚଳାଇଥିବାରୁ ଏସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ। ତେବେ, ଏହି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗିରଫଦାରୀ ପରେ ପଠାନ୍‌କୋଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button