ରାଜ୍ୟ

ଚାଷୀଙ୍କୁ ସାମ୍ନା କରିବାକୁ ଡରିଲେ ରାଜ୍ୟ ସରକାର ; ଅଧା ବାଟରୁ ଚାଷୀଙ୍କୁ ଉଠାଇନେଲା ପୋଲିସ

ଆଓରି-ଭୁବନେଶ୍ଵର(୦୬/୦୨) : ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ଲୋୟର ପିଏମଜିରେ ବିରାଟ ସମାବେଶ କରିବାକୁ ଭୁବନେଶ୍ୱର ଆସୁଛନ୍ତି। ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ଚାଷୀ । ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ନବନିର୍ମାଣ କୃଷକ ସଂଗଠନ । ଦାବି ହାସଲ ଲାଗି ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲା ସଙ୍ଗଠନ । ତେବେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଶହ ଶହ ଚାଷୀଙ୍କୁ ଅଟକାଇଛି ପୋଲିସ୍ ।

ଟ୍ରିପଲ ପି ଦାବିରେ ପୁଣି ରାଜଧାନୀ ମୁହାଁ ଚାଷୀ ।  ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି । ବିଧାନସଭା ସମ୍ମୁଖରେ ଚାଷୀମାନେ ଧାରଣା ଦେବାକୁ ଆସିଥିବା ବେଳେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଯାଇଛି । ଖୋର୍ଦ୍ଧା, କଟକ, ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରେ ଚାଷୀମାନଙ୍କୁ ପ୍ରଶାସନ ପକ୍ଷରୁ ଅଟକାଯାଇଛି । ସେମାନଙ୍କୁ ଚାଷୀ ସମାବେଶରେ ଏକାଠି ହେବାରୁ ବଞ୍ଚିତ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କଣ ଚାଷୀଙ୍କ ଏକାଠି ହେବାକୁ ଡରୁଛନ୍ତି ? ସରକାରଙ୍କର ଏତେ ଡର କାହିଁକି ।

Related Articles

Leave a Reply

Your email address will not be published. Required fields are marked *

Back to top button