ଜାତୀୟଜିଲ୍ଲା

ପୋଲାଭରମ୍ ପାଇଁ ସମସ୍ତ ଅର୍ଥ ବହନ କରିବ କେନ୍ଦ୍ର

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ପାଇଁ ସବୁ ଅର୍ଥ ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲା ବେଳେ ଏହି ସୂଚନା ଦେଇଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ତାଙ୍କର ଏହି ଘୋଷଣା ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଓଡ଼ିଶାକୁ ଝଟ୍‌କା ଲାଗିଛି।

ଜେଟଲୀ କହିଛନ୍ତି,

୨୦୧୪ ଏପ୍ରିଲ୍ ୧ ତାରିଖରୁ ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିସାରିଛି। ସେବେଠାରୁ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ତେବେ ପ୍ରକଳ୍ପର ନିର୍ମାଣ କାମ ରାଜ୍ୟ ସରକାର କରିବେ।

ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ନେଇ ଉଭୟ ରାଜ୍ୟ ପକ୍ଷରୁ ଏହି ପ୍ରକଳ୍ପକୁ ବିରୋଧ କରାଯାଉଛି। ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପ ନିର୍ମାଣ ପୂର୍ବରୁ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରେ ଜନଶୁଣାଣି କରି ନ ଥିବା ଦର୍ଶାଇ ଓଡ଼ିଶା ସରକାର ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ମାମଲାର ଶୁଣାଣି ଜାରି ରହିଥିବା ବେଳେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ନେଇ ପୁଣି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଦୁର୍ଭାଗ୍ୟଜନକ। ମାମଲା ବିଚାରାଧୀନ ଥିବା ବେଳେ ଏଭଳି ଘୋଷଣା ଆଇନର ଉଲ୍ଲଂଘନ। ଏନେଇ ଆଇନଗତ ଲଢ଼େଇ ଜାରି ରହିବ।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,

କେନ୍ଦ୍ର ସରକାର ପୋଲାଭରମ ନେଇ କିଛି ନୂଆ ଘୋଷଣା କରି ନାହାନ୍ତି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର କେତେ କ୍ଷତି ହେବ ରାଜ୍ୟ ସରକାର ପ୍ରଥମେ ତାହା ସ୍ପଷ୍ଟ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button