ମନୋରଞ୍ଜନ
କବିତା – ଝାପ୍ସା ସମ୍ପର୍କ
![](http://www.aajiraodisha.org/wp-content/uploads/2018/04/ajira-odisha-2.jpg)
ଆଓରି(ତା୧୯|୪)-
ଦୂର ଦିଗ୍ ବଳୟରେ
ଏକୀଭୂତ ହୋଇଥିବା ସଂପର୍କ ନୁହେଁତ
ତୁମର ଆଉ ମୋର
ଯହିଁ ମିଳନର ଆଭାସ ଦେଖାଇ
ଆକାଶ ଆଉ ଧରିତ୍ରୀ ଭଳି
ମିଛଟାରେ ଏକାଠି ହେବାର
ସ୍ବପ୍ନ ଦେଖିବାକୁ ପଡେ ।
ମିଶିବାର ସ୍ବପ୍ନ ନେଇ
ବୋହୁଥିବା ନଦୀର ଦୁଇକୂଳ ନୁହେଁତ
ସଂପର୍କ ଆମର
ଯହିଁ ଏକାଠି ଲୀନ ହେବାର
ବାସ୍ତବତା ଥିବା ସତ୍ତ୍ବେ
ଭିନ୍ନ ଭିନ୍ନ ତୀରରେ
ପ୍ରବାହିତ ହେବାକୁ ପଡେ।
ଜନଶୂନ୍ୟ ମରୁଭୂମିରେ
ମରିଚୀକା ର ଭ୍ରମ ନୁହେଁତ
ସଂପର୍କ ଆମ ପ୍ରେମର
ଯହିଁ ବଞ୍ଚିବାର ଆଶା ନେଇ
ତୃଷାତ ପଥିକ
ତୃଷ୍ଣା ମେଣ୍ଟିବାକୁ ଧାଇଁ ଧାଇଁ
ହତାଶ ହେବାକୁ ପଡେ।