ଆନ୍ତର୍ଜାତୀୟ

ନୌକାବିହାର କଲେ ମୋଦି-ଜିନ୍‍ପିଙ୍ଗ

ଆଓରି(ତା୨୮|୪)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଚୀନ୍‍ ଗସ୍ତ ଆଜି ସରିବ। ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସହିତ ମୋଦି ବିଭିନ୍ନ ପର୍ଯ୍ୟାୟରେ ଭେଟିବା ସହିତ ଅନୌପଚାରିକ ଆଲୋଚନା କରିଛନ୍ତି। ଆଲୋଚନା ସକାରାତ୍ମକ ରହିଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଲୋଚନା ବେଳେ ସକାରାତ୍ମକ ଚିନ୍ତନ ଓ ଭବିଷ୍ୟତ ଦୀର୍ଘମିଆଦୀ ଯୋଜନ ସ୍ଥାନ ପାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଆଜି ମୋଦି ଓ ଜିନ୍‍ପିଙ୍ଗ ଇଷ୍ଟଲେକ୍‍ରେ ନୌକାବିହାର କରିଛନ୍ତି। ଆଲୋଚନା ଅବସରରେ ମୋଦି ନୂଆ ପଞ୍ଚଶୀଳ ନୀତି ଉପରେ ଗୁରୁତ୍ୱ ଦେଇଥିବା ବେଳେ ଏଭଳି ଆହୁରି ଅନେକ ଅନୌପଚାରିକ ଗସ୍ତ ଓ ଆଲୋଚନା ପାଇଁ ଜିନ୍‍ ପିଙ୍ଗ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଗସ୍ତ ପାଇଁ ମୋଦି ଜିନ୍‍ପିଙ୍ଗଙ୍କୁ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟତଃ ଆନ୍ତର୍ଜାତିକ ପ୍ରସଙ୍ଗ, ନିରାପତ୍ତା ଓ ବାଣିଜ୍ୟ ପ୍ରସଙ୍ଗ ସ୍ଥାନ ପାଇଥିବା ଜଣାପଡ଼ିଛି। ସମୟ ନିର୍ଘଣ୍ଟକୁ ଏଡ଼ାଇ ଯାଇ ଦୁଇ ନେତା ଦୀର୍ଘସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରିଛନ୍ତି। ହୁବେଇ ସ୍ଥିତ ଜେଙ୍ଗ କଲ୍‍ଚରାଲ୍‍ ରେଲିସ୍‍ ଓ ଟ୍ରେଜରର ମାର୍କିସ ୱାଇ ପ୍ରଦର୍ଶନୀକୁ ଦୁଇ ନେତା ବୁଲି ଦେଖିବା ସହିତ ଆଲୋଚନା ହୋଇଛି। ଉକ୍ତ ଆଲୋଚନା ୨୦ ମିନିଟ ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ୩୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସେହିପରି ଇଷ୍ଟ ଲେକ୍‍ କୂଳ ଗେଷ୍ଟହାଉସ୍‍ରେ ମାତ୍ର ୩୦ ମିନିଟ ପାଇଁ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ହେଁ ତାହା ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଶେଷ କାର୍ଯ୍ୟକ୍ରମ ସ୍ୱରୂପ ଦୁଇ ନେତା ଏକ ନୈଶ୍ୟଭୋଜିରେ ଯୋଗ ଦେବେ। ଏସିଆର ଏହି ଦୁଇ ଦେଶ ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିବାରୁ ବିଶ୍ୱର ପ୍ରମୁଖ ଦେଶର ନେତାଙ୍କ ଦୃଷ୍ଟି ଏହି ବୈଠକ ଉପରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button