କଳା ଓ ସଂସ୍କୃତିରାଜ୍ୟ

ଟୁଇଟର୍‌ ଜରିଆରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୩/୯) : ଗୁରୁବାର ଦିନ ଗଣେଶ ଚତୁର୍ଥୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍‌ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି: ଶୁଭଙ୍କର ଗଣେଶ ଚତୁର୍ଥୀ ଉପଲକ୍ଷେ ଶୁଭେଚ୍ଛା।

ଅୟମାରମ୍ଭର ଦେବତା ଗଣନାଥଙ୍କ ପ୍ରତି ଆଜିର ଚତୁର୍ଥୀ ଉତ୍ସର୍ଗୀକୃତ। ଘରେ ଓ ସୁସଜ୍ଜିତ ମଣ୍ଡପରେ ଗଣେଶଙ୍କ ପ୍ରତିମା ପ୍ରତିଷ୍ଠା କରି ଏହି ଉତ୍ସବ ପାଳନ କରାଯାଏ। ପ୍ରଭୁ ଗଣନାଥ ନୂତନତ୍ୱର ଶୁଭାରମ୍ଭ କରି ବିଘ୍ନ ବିନାଶ କରନ୍ତି ବୋଲି ଲୋକବିଶ୍ୱାସ ଚଳେ। କୌଣସି ଶୁଭକାମ କରିବା ପୂର୍ବରୁ ଗଣେଶଙ୍କୁ ପୂଜିବା ବିଧି ରହିଛି। ଗଣେଶ ପୂଜା ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଗୋଟିଏ ଦିନ ପାଳନ କରାଯାଉଥିଲେ ମଧ୍ୟ ମହାରାଷ୍ଟ୍ରରେ ଗଣେଶ ପୂଜା ଦୀର୍ଘ ୧୦ ଦିନ ଧରି ପାଳନ କରାଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button