ଜାତୀୟ

 ଆସନ୍ତା ନିର୍ବାଚନ ଅଭିଯାନରେ ୨୦ଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୩୧/୧୨) : ଆସନ୍ତା ୧୦୦ ଦିନ ମଧ୍ୟରେ ନିର୍ବାଚନ ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଟି ରାଜ୍ୟ ଗସ୍ତ କରିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ପାର୍ଟି ମଧ୍ୟ ନିଜର ‘ମିସନ ୧୨୩’ ଲକ୍ଷ୍ୟକୁ ପୁଣି ଜାଗରୁକ କରିଛି। ଅର୍ଥାତ୍‌ ଲୋକସଭାରେ ୧୨୩ ଆସନ ଅକ୍ତିଆର କରିବାକୁ ବିଜେପି ତା’ର ପ୍ରୟାସ ପୁଣି ଆରମ୍ଭ କରୁଛି। ଏହି ୧୨୩ଟି ଆସନକୁ ଦଳ ଗତବର୍ଷ ୨୫ଟି ସମୂହରେ ବିଭକ୍ତ କରିଥିଲା। ପ୍ରତି ସମୂହକୁ ଜଣେ ନେତାଙ୍କ ଦାୟିତ୍ୱରେ ଛଡ଼ାଯାଇଥିଲା।

ଦଳର କର୍ତ୍ତାମାନେ କହିଛନ୍ତି ଯେ ଆଗାମୀ ୧୦୦ ଦିନ ମଧ୍ୟରେ ମୋଦୀ ପ୍ରାୟ ୨୦ଟି ରାଜ୍ୟ ଗସ୍ତ କରି ଏହି ୨୫ଟି ସମୂହର ବିଜେପି କର୍ମୀମାନଙ୍କୁ ସକ୍ରିୟ କରାଇବେ। ଏହି ରାଜ୍ୟଗୁଡ଼ିକରୁ ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶାରେ ସମୁଦାୟ ୭୭ଟି ଲୋକସଭା ଆସନ ରହିଛି। କିନ୍ତୁ ସେଥିରୁ ମାତ୍ର ୧୦ଟି ବିଜେପି ହାତରେ ରହିଥିବାରୁ ଏସବୁ ଅଞ୍ଚଳ ଉପରେ ଦଳ ଗୁରୁତ୍ୱ ଦେବ।

ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଅଧିକ ଜନପ୍ରିୟ ନେତା ଏବଂ ସ୍ଥିର ସରକାର ବଜାୟ ରଖିବାଲାଗି ଜଣେ ମାତ୍ର ପ୍ରାର୍ଥୀ। ମୋଦୀଙ୍କର ଗସ୍ତ କାର୍ଯ୍ୟକ୍ରମଗୁଡ଼ିକ ସରକାରୀ କାର୍ଯ୍ୟକ୍ରମ ଅଥବା ସର୍ବସାଧାରଣଙ୍କ ସହ ଭାବଆଦାନପ୍ରଦାନ ଜରିଆରେ ସମ୍ପାଦନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button