June 29, 2022

ଜି-୨୦ ସମ୍ମିଳନୀ ଦ୍ଵାରା ୫ ଦେଶ ସହ ଦ୍ୱିପାକ୍ଷିକ ବୈଠକ କରିବେ ନରେନ୍ଦ୍ର ମୋଦୀ

1 min read

ଆଓରି-ନୂଆଦିଲ୍ଲୀ(୨୫/୦୬) : ଜାପାନର ଓସାକାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ, ଜାପାନ, ଇଣ୍ଡୋନେସିଆ, ଆମେରିକା ଏବଂ ତୁର୍କୀ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ଏହାସହ ସେଠାରେ ବ୍ରିକ୍ସ (ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକ) ଏବଂ ରିକ (ରୁଷ, ଚୀନ, ଭାରତ) ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ।

ଜୁନ ୨୭ରୁ ୨୯ ତାରିଖ ମଧ୍ୟରେ ଜି-୨୦ ଶିଖର ସମ୍ମିଳନୀ ହେବ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ସମେତ ବିଶ୍ୱର କେତେକ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ବ୍ୟାପାର ସମେତ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଟ୍ରମ୍ପ ଜୁନ ୨୭ରେ ଜାପାନ ଗସ୍ତ କରିବେ।

ଭାରତର ଲୋକସଭା ନିର୍ବାଚନ ପରେ ଜାପାନରେ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ବୈଠକ ହେବ। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କୁ ଟ୍ରମ୍ପ ଫୋନ୍‍ କରି ଅଭିନନ୍ଦନ ଜଣାଇଥିଲେ। ଆମେରିକା ଭାରତର ଷ୍ଟିଲ ଏବଂ ଆଲୁମିନିୟମ ସମେତ କେତେକ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଥିଲା। ଏହାର ଜବାବରେ ଭାରତ ଆମେରିକାରୁ ଆମଦାନୀ ହେଉଥିବା ୨୮ଟି ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଥିଲା। ଏହି କ୍ରମରେ ଟ୍ରମ୍ପ ପ୍ରଶାସନ ଭାରତକୁ ଜିଏସପି ମାନ୍ୟତା ପ୍ରତ୍ୟାହାର କରିନେଇଛି। ତେଣୁ ମୋଦୀ ଏବଂ ଟ୍ରମ୍ପଙ୍କ ସାକ୍ଷାତକାର ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.