April 16, 2024

ନୋଏଡାରେ ପେଟ୍ରୋଟେକ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

1 min read
PM-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୨) : ଉତ୍ତରପ୍ରଦେଶର ନୋଏଡାରେ ଆୟୋଜିତ ଏକ୍ସପୋ ମାର୍ଟର ୧୩ତମ ଅନ୍ତରାଷ୍ଟ୍ରୀୟ ତୈଳ-ଗ୍ୟାସ ସମ୍ମିଳନୀ ଓ ପେଟ୍ରୋଟେକ୍-୨୦୧୯ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ରାମନାଇକ ମଧ୍ୟ ସାମିଲ ରହିବେ ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃନ୍ଦାବନରେ ଅକ୍ଷୟପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଫାଉଣ୍ଡେସନ ପକ୍ଷରୁ ଶିଶୁମାନଙ୍କୁ ପ୍ରଧାନମନ୍ତ୍ରୀ ଖାଦ୍ୟ ପରଷିବେ ।  ଏହି ଫାଉଣ୍ଡେସନ ସାରା ଦେଶର ସରକାରୀ ସ୍କୁଲରେ ପଢୁଥିବା ଗରିବ ଶ୍ରେଣୀର ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଥାଏ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.