March 16, 2023

ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ୍‍-ମିଲିଣ୍ଡା ଗେଟ୍‍ସ୍‍ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରସ୍କାର ପ୍ରଦାନ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୩/୦୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ୍‍-ମିଲିଣ୍ଡା ଗେଟ୍‍ସ୍‍ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ବିଲ୍‍ ଗେଟ୍‍ସ୍‍ ଓ ମିଲିଣ୍ଡା ଗେଟ୍‍ସ୍‍ ପ୍ରଧାନମନ୍ତ୍ରୀଙ୍କୁ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରିବେ। ଚଳିତ ମାସ ଶେଷ ଆଡ଼କୁ ତାଙ୍କ ଆମେରିକା ଗସ୍ତ ସମୟରେ ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ଏଭଳି କାର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ତାଙ୍କର ଉଚ୍ଚ ପ୍ରଶଂସା କରାଯାଉଛି।

ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ୨୦୧୪ ମସିହାରୁ ଆରମ୍ଭ କରାଯାଇଥିଲା । ଏଥିରେ ମଧ୍ୟରେ ଘରେ ଶୌଚାଳୟ ନିର୍ମାଣ, ଗୋଷ୍ଠୀ ଶୌଚାଳୟ ନିର୍ମାଣ ଓ ସର୍ବସାଧାରଣ ଶୌଚାଳୟ ନିର୍ମାଣ ତଥା କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ମଧ୍ୟ ସାମିଲ କରାଯାଇଛି।ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଦେଶର ଅନେକ ବ୍ଳକ, ଜିଲ୍ଲା ଓ ରାଜ୍ୟକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.