ରାଜନୀତି

କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ ଟାର୍ଗେଟ୍‌ କଲେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୬/୧୧) : ମଧ୍ୟପ୍ରଦେଶ ଅମ୍ବିକାପୁରଠାରେ ଏକ ନିର୍ବାଚନ ସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ କରିଛନ୍ତି ଟାର୍ଗେଟ୍‌। ଥରୁର୍‌ କିଛି ଦିନ ତଳେ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ ଭାରତର ପୂର୍ବତନ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ନୀତି ଯୋଗୁ ଆଜି ଜଣେ ଚା’ ବିକାଳି ଦେଶର ପ୍ରଧାନମନ୍ତ୍ରୀ ଡୋର ଧରିଛନ୍ତି। ତେବେ ଏହାର ଜବାବ୍‌ରେ ମୋଦି କହିଛନ୍ତି ଯଦି ଏପରି ତେବେ କଂଗ୍ରେସର ସଦସ୍ୟ ଦଳରୁ ବାହାରି ଆସି ନିର୍ଦ୍ଦଳୀୟଭାବେ ନିର୍ବାଚନ ଲଢ଼ି ନିଜର ଶକ୍ତି ପରୀକ୍ଷା କରାନ୍ତୁ। ପ୍ରକୃତରେ ଦେଶର ପ୍ରଧାନମନ୍ତ୍ରୀ ଆସନରେ ଜଣେ ଚା’ ବିକାଳି ବସିଥିବାରୁ ଏହା କଂଗ୍ରେସ ପକ୍ଷରେ ଗ୍ରହଣୀୟ ହେଉନାହିଁ ବୋଲି ମୋଦି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button