ଜାତୀୟ

ସହରାଞ୍ଚଳ ମାଓବାଦୀ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୧୦/୧୧) : ଛତିଶଗଡ଼ର ଜଗଦଳପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ ସହରାଞ୍ଚଳ ମାଓବାଦୀ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ପାର୍ଟି ଆଦିବାସୀଙ୍କୁ କେବଳ ଭୋଟ୍‌ ବ୍ୟାଙ୍କ ଭାବେ ଦେଖୁଥିବା ବେଳେ ସହରାଞ୍ଚଳ ମାଓବାଦୀମାନେ ଆଦିବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସହରାଞ୍ଚଳ ମାଓବାଦୀ ଶୀତତାପ ନିୟନ୍ତ୍ରିତ ପରିବେଶରେ ରହୁଛନ୍ତି, ବଡ଼ ଗାଡ଼ିରେ ବୁଲୁଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ବିଦେଶରେ ପଢ଼ାଉଛନ୍ତି। ଅନ୍ୟପକ୍ଷରେ ସେମାନେ ଗରିବ ଆଦିବାସୀ ଯୁବକମାନଙ୍କୁ ଦେଶ ବିରୋଧରେ ମତାଇ ରିମୋଟ୍‌ କଂଟ୍ରୋଲରେ ନିୟନ୍ତ୍ରଣ କରୁଛନ୍ତି। ଏଭଳି ସହରାଞ୍ଚଳ ମାଓବାଦୀଙ୍କ ପ୍ରତି କଂଗ୍ରେସର ଏତେ ଦରଦ କାହିଁକି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଏଭଳି ଲୋକଙ୍କୁ ଜନତା କେବେ କ୍ଷମା ଦେବେନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତାମାନଙ୍କୁ ଉଚିତ ଶିକ୍ଷା ଦେବାପାଇଁ ବସ୍ତର ଜନସାଧାରଣ ନିଷ୍ପତ୍ତି ନିଅନ୍ତୁ ଏବଂ ସହରାଞ୍ଚଳ ମାଓବାଦୀଙ୍କ ମୁଖା ଖୋଲିଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନ୍‌ଡିଏ ସରକାର ଗଠନ ପୂର୍ବରୁ କଂଗ୍ରେସ ଦଳ ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ଥିଲା। କିନ୍ତୁ ସେମାନେ କେବେ ବି ଛତିଶଗଡ଼ର ବିକାଶ ଚାହିନାହାନ୍ତି ଏବଂ ବିକାଶର ବାଟକୁ ବନ୍ଦ କରିଛନ୍ତି। କଂଗ୍ରେସର ଏଭଳି କାର୍ଯ୍ୟ ମାଓବାଦୀଙ୍କ ଶକ୍ତି ବୃଦ୍ଧିରେ ସହାୟକ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦଳିତ, ଶୋଷିତ ଏବଂ ବଞ୍ଚିତ ଜନତାଙ୍କ ଭାଗ୍ୟ ସହିତ କଂଗ୍ରେସ ସର୍ବଦା ଖେଳି ଆସିଛି ଏବଂ ସେମାନଙ୍କୁ ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରି କେବଳ ରାଜନୈତିକ ସ୍ଵାର୍ଥ ହାସଲ କରିଛି ବୋଲି ମୋଦୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button