March 25, 2023

ଆଜି ପ୍ରଧାନମନ୍ତ୍ରୀ କୋରାପୁଟ ଜୟପୁରରୁ ଆରମ୍ଭ କରିବେ ନିର୍ବାଚନ ପ୍ରଚାର ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୨୯/୦୩) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ ଜୟପୁରରେ ଆସି ପହଞ୍ଚିଛନ୍ତି । ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁରରେ ଆସି ପହଞ୍ଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ । ଏହାପରେ ସେ ସ୍ଥାନୀୟ ଏକମ୍ବା ପଡିଆରେ କର୍ମୀଙ୍କୁ ଉଦବୋଧନ ଦେବେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଓଡିଶାର ଜୟପୁରରୁ ମୋଦି  ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।

ଆଜି ପ୍ରଧାନମନ୍ତ୍ରୀଙ୍କ ଜୟପୁର ଗସ୍ତକୁ ନେଇ ଜୟପୁରରେ ସମୀକ୍ଷା କରିବା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମସ୍ତଙ୍କ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ  । ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ଜନ ଆଶୀର୍ବାଦ ଲାଭ କରିବାକୁ ଦେଶର ବିଭିନ୍ନ ଅଞ୍ଚଳ ବୁଲିବା ଆରମ୍ଭ କରିଛନ୍ତି । ନରେନ୍ଦ୍ର ମୋଦି ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂଆ ପରିଭାଷା ଦେଇଛନ୍ତି । ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ବିଜୁଳି, ଉଜ୍ଜଳା ଯୋଜନାରେ ଏଲପିଜି ଗ୍ୟାସ, ସବୁ ଗରିବଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସହ କୃଷିକୁ ପ୍ରାଥମିକତା ଦେବା, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନାରେ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା, କିଷାନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ତଥା ଦେଶର ମର୍ଯ୍ୟାଦାକୁ ବଢାଇବା ଓ ଶତ୍ରୁମାନଙ୍କୁ ପରାଜିତ କରିବାର ନେତୃତ୍ୱ ନେଇଛନ୍ତି ନରେନ୍ଦ୍ର ମୋଦି । ଏହାସହ ସମଗ୍ର ଓଡିଶା ନରେନ୍ଦ୍ର ମୋଦିଙ୍କ ସାଙ୍ଗରେ ଅଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଅଞ୍ଚଳଗୁଡିକୁ ଆକାଂକ୍ଷୀ ଜିଲ୍ଲା ଭାବେ ପରିଣତ କରି ଏହି ଅଞ୍ଚଳର ମୌଳିକ ସୁବିଧାକୁ ପ୍ରଧାନମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । କୋରାପୁଟର ରାୟଗଡା ଜିଲ୍ଲାରେ ରେଳ ଡିଭିଜନ ବନାଇବା ମୋଦି ସରକାରଙ୍କ ବଡ ଉପହାର । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳସେବା ପହଞ୍ଚାଇବା ମୋଦି ସରକାରଙ୍କ ଦାୟିତ୍ୱ ରହିଛି । ଅବିଭକ୍ତ କୋରାପୁଟ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରିବ ।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.