ଜାତୀୟ

ବାଜପେୟୀଙ୍କ ଫଟୋ ବିଶିଷ୍ଟ ୧୦୦ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଆଓରି-ନୂଆଦିଲ୍ଲୀ(୨୪/୧୨) : ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ୧୦୦ ଟଙ୍କିଆ ମୁଦ୍ରାରେ ରହିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ । ଏହି ୧୦୦ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।100-Rupees-Coin-Aajira-Odisha

ସଂସଦ ଭବନର ଏନେକ୍ସିରେ ଆୟୋଜିତ ହୋଇଥିବା କାର‌୍ୟ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଏହି ମୁଦ୍ରା ଜାରି କରିଛନ୍ତି । ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଆଗାମୀ ପୀଢିଙ୍କ ସାର୍ବଜନିକ ଜୀବନ, ବ୍ୟକ୍ତିଗତ ଜୀବନ ଓ ରାଷ୍ଟ୍ର ଜୀବନ ନିମନ୍ତେ ସର୍ବଦା ପ୍ରେରଣା ଦାୟୀ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

ଅଟଳଜୀ ସବୁ ବର୍ଗର ଲୋକଙ୍କ ପ୍ରତି ଭଲପାଇବା ରଖୁଥିବା ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ । ଅଟଳଜୀ ଯେଉଁ ପାର୍ଟିକୁ ତିଆରି କରିଥିଲେ ବର୍ତ୍ତମାନ ତାହା ସବୁଠୁଁ ରାଜନୈତିକ ଦଳରେ ପରିଣତ ହୋଇଛି କହିଛନ୍ତି ନରେନ୍ଦ୍ର ମୋଦି ।

Related Articles

Leave a Reply

Your email address will not be published. Required fields are marked *

Back to top button