ପୁଲିସ ସ୍ମାରକୀ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୨୧/୧୦) : ପୁଲିସ ସ୍ମାରକୀ ଦିବସ ଉପଲକ୍ଷେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟରେ ଥାଇ ଆତ୍ମବଳି ଦେଇଥିବା ପୁଲିସବାଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଦିଲ୍ଲୀର ରାଣକ୍ୟପୁରୀ ଠାରେ ନିର୍ମିତ ‘ଜାତୀୟ ପୁଲିସ ସ୍ମାରକୀ’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଅଭିଭାଷଣ ଦେବା ବେଳେ କର୍ତ୍ତବ୍ୟରତ ପୁଲିସଙ୍କ ମୃତ୍ୟୁ କଥା ସ୍ମରଣ କରି ଅଭିଭୂତ ହୋଇପଡ଼ିବା ସହ ପ୍ରଧାନମନ୍ତ୍ରୀ କାନ୍ଦି ପକାଇଲେ। ଭାରତ ମାତାଙ୍କ ସାହସୀ ସନ୍ତାନମାନଙ୍କ ପ୍ରତି ଜାତି ସର୍ବଦା କୃତଜ୍ଞ ରହିବ ବୋଲି ସେ କହିଛନ୍ତି।
ଲଦାଖର ଉଷ୍ମ ପ୍ରସ୍ରବଣ ଅଞ୍ଚଳରେ ୧୯୫୯ ମସିହାରେ ଚୀନ୍ ସେନାଙ୍କ ଅତର୍କୀତ ଆକ୍ରମଣରେ ପ୍ରାଣ ହରାଇଥିବା ୧୦ ଜଣ ପୁଲିସବାଲାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସକାଶ ଅକ୍ଟୋବର ୨୧ ତାରିଖ ଦିନ ଜାତୀୟ ପୁଲିସ ଦିବସ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପିର ବର୍ଷିୟାନ୍ ନେତା ଲାଲ୍କୃଷ୍ଣ ଆଡ଼ଭାନୀ ଏବଂ ସରକାରଙ୍କର ଉଚ୍ଚସ୍ତରୀୟ ଅଧିକାରୀମାନେ ଏହି ସମାବେଶରେ ଯୋଗ ଦେଇଥିଲେ।
ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଏବଂ ଦେଶର କେନ୍ଦ୍ରୀୟ ପୁଲିସ ସଂସ୍ଥାନକୁ ପ୍ରତିନିଧିତ୍ୱ କରିବା ସ୍ୱରୂପ ଚାଣକ୍ୟପୁରୀ ଠାରେ ୬. ୧୨ ଏକର୍ ଜମିରେ ୩୦ ଫୁଟ୍ ଉଚ୍ଚ ଏକ ମନୋଲିଥ୍ ସ୍ମାରକୀ ସ୍ଥାପନ କରାଯାଇଛି। ୧୯୪୭ ମସିହା ଠାରୁ ଏଯାବତ୍ ୩୪, ୮୪୪ ପୁଲିସ କର୍ମଚାରୀ ସହିତ ହୋଇଛନ୍ତି। ସେଥିରୁ ଏ ବର୍ଷ ସହିଦ ହୋଇଛନ୍ତି ୪୨୪ ଜଣ ପୁଲିସ କର୍ମଚାରୀ।