ଜେପି ମୋରଗାନ୍ ଇଣ୍ଟରନାନସନାଲ୍ କାଉନ୍ସିଲ୍କୁ ଭେଟିଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୨୩/୧୦) : ନୂଆଦିଲ୍ଲୀରେ ଜେପି ମୋରଗାନ୍ ଇଣ୍ଟରନାନସନାଲ୍ କାଉନ୍ସିଲ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଉନସିଲ୍ ସହ ମୋଦିଙ୍କ ମିଟିଂ ଆୟୋଜିତ ହୋଇଛି । ଏହି ମିଟିଂ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ମିଟିଂରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି ।
ଏହି ଅନ୍ତର୍ଜାତୀୟ ପରିଷଦରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନିବ୍ଲେୟାର, ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ, ପୂର୍ବତନ ଆମେରିକୀୟ ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ଓ କଣ୍ଡୋଲିଜା ରାଇସ, ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ଏବଂ ପ୍ରମୁଖ ବିଶ୍ୱସ୍ତରର ରାଷ୍ଟ୍ରନେତା ସାମିଲ ରହିଛନ୍ତି।ଏମାନଙ୍କ ବ୍ୟତୀତ ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷ ଜେପି ମୋର୍ଗାନ ଚେଜର ଜେମିଡି ମୋନ, ଟାଟା ଗ୍ରୁପର ରତନ ଟାଟା ଏବଂ ନେସଲେ, ଆଲିବାବା, ଆଲଫା, ଇବର ଡୋଲା, କ୍ରାଫ୍ଟ ହେଞ୍ଜ ଭଳି କମ୍ପାନୀର ଅଗ୍ରଣୀ ପ୍ରତିନିଧିମାନେ ସାମିଲ ଥିଲେ।
ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍ ୟୁଏସ୍ ଡଲାରେ ପହଞ୍ଚାଇବା ପାଇଁ ଏହି ମିଟିଂରେ ସେ କାଉନସିଲ୍ ସହ ଆଲୋଚନା କରିଛନ୍ତି । ଦେଶ ତଥା ବିଶ୍ୱର ବଡ଼ ବଡ଼ ପୁଞ୍ଜିପତି ଏହି ବୈଠକରେ ଯୋଗଦେଇଥିଲେ । ଭାରତର ଅର୍ଥନୀତିକୁ କିଭଳି ଆଗକୁ ନେଇ ହେବ ସେନେଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଅନ୍ୟପଟେ ଭାରତରେ ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି । ଗତ ୨୦୦୭ ପରେ ଏହି ମିଟିଂ ଭାରତରେ ପ୍ରଥମଥର ପାଇଁ ହେଉଛି ।