ରାଜ୍ୟ

ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ନରେନ୍ଦ୍ର ମୋଦି

 ଆଓରି-ଭୁବନେଶ୍ଵର(୨୧/୧୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଜେପି ଶିବିର । ୨୪ ତାରିଖରେ ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକ ଟିକେଟ୍ ଓ ୨୦୦ଟଙ୍କିଆ ସ୍ମାରକୀ ମୁଦ୍ରା ସମେତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ଚେୟାରକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲୋକାର୍ପଣ କରିବେ । ଏହି ଚେୟାର ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୫କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ  ।

ସେହିପରି ଖୋର୍ଦ୍ଧା ଅରୁଗୁଳଠାରେ ପ୍ରତିଷ୍ଠା ଲାଭ କରିଥିବା ଆଇଆଇଟି ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିବେ ମୋଦି । ଏହାସହିତ ଭିଡ଼ିଓ କନଫରେନ୍ସି ଜରିଆରେ ବ୍ରହ୍ମପୁର ଠାରେ ଆଇଜର୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।  ଏନେଇ ଆଇଆଇଟି ଅରଗୁଳଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆଇଆଇଟିର ନିର୍ଦ୍ଦେଶକ ଆର୍ କେ ରାଜକୁମାର ଏବଂ ଆଇଜର୍ ର ନିର୍ଦ୍ଦେଶକ କେ ଭି ରମଣସିଂହ।

ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ ହେବ । ଏଥିସହିତ ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସଆଇ ହସପିଟାଲକୁ ୧୦୦ ଶର୍ଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣା ଏନଏଚ-୫ ତଥା ବର୍ତମାନ ଏନଏଚ-୧୬ର ୬ ଲେନ୍ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ । ଏହି ସମସ୍ତ କାମ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button