ରାଜ୍ୟ

୬୩ଟି ଭୌଗଳିକ କ୍ଷେତ୍ର ପାଇଁ ସହର ଗ୍ୟାସ୍‌ ପ୍ରକଳ୍ପର ଶିଳାନ୍ୟାସ କଲେ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୨୩/୧୧) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଦେଶର ୬୩ଟି ଭୌଗଳିକ କ୍ଷେତ୍ର ପାଇଁ ସହର ଗ୍ୟାସ୍‌ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଥିରେ ଓଡ଼ିଶାର ୭ଟି ଭୌଗଳିକ ଅଞ୍ଚଳର ୧୭ଟି ଜିଲ୍ଲା ରହିଛି। ସେହି ଜିଲ୍ଳାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ।

ଆଜି ଏହି ପ୍ରକଳ୍ପର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ୍‌ ଆଧାରିତ ଅର୍ଥନୀତି ହେଉ କିମ୍ବା ସ୍ଵଚ୍ଛ ଇନ୍ଧନ, ଏହି ଲକ୍ଷ୍ୟଗୁଡ଼ିକୁ ଭାରତକୁ ହାସଲ କରିବାକୁ ପଡ଼ିବ। କେବଳ ନିଜ ପାଇଁ ନୁହେଁ, ଆଗାମୀ ପିଢ଼ି ପାଇଁ ଏହା ଜରୁରୀ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ପାଇଁ ଏହା ଐତିହାସିକ ମୁହୂର୍ତ ବୋଲି କହିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ସହର ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ରାଉରକେଲାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ, ବ୍ରହ୍ମପୁରରେ ରାମକ୍ରିପାଲ୍ ଯାଦବ ଓ ଯାଜପୁରରେ ସୁଦର୍ଶନ ଭଗତଙ୍କ ଉପସ୍ଥିତିରେ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଓଡ଼ିଶାର ଏହି ସବୁ ଜିଲ୍ଲାରେ ତିନିଟି କଂପାନି ଗେଲ୍‌, ଭାରତ ଗ୍ୟାସ୍‌ ଓ ଆଦାନି ସହର ଗ୍ୟାସ୍‌ ପ୍ରକଳ୍ପ ଓ ସିଏନ୍‌ଜି ଷ୍ଟେସନ୍ ସ୍ଥାପନ କରିବେ। ଆଠ ବର୍ଷରେ ପ୍ରକଳ୍ପ କାମ ଶେଷ କରାଯିବ। ଏହି କାର୍ଯ୍ୟ ବାବଦରେ ୪୩୦୦ କୋଟି ଟଙ୍କା ବିନିଯୋଗ ହେବା ସହିତ ରାଜ୍ୟରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button