ଜାତୀୟ

୧୮୨ମିଟର୍‌ ବିଶିଷ୍ଟ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କଲେ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୩୧/୧୦) : ଭାରତ କେବଳ ନିଜ ଲାଗି ନୁହେଁ ସମସ୍ତଙ୍କ ଲାଗି ଗଗନଚୁମ୍ବୀ ପ୍ରେରଣା ସୃଷ୍ଟି କରିଛି ବୋଲି ବୁଧବାର ପୂର୍ବାହ୍ନରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ଅତିକାରୟ ୧୮୨ ମିଟର୍‌ ବିଶିଷ୍ଟ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରି କହିଛନ୍ତି , ଆଜିର ଦିବସ ଭାରତୀୟ ଇତିହାସରେ ସ୍ମରଣୀୟ ହୋଇ ରହିବ। କୌଣସି ଭାରତୀୟ ଏହାକୁ କେବେ ଭୁଲି ପାରିବେ ନାହିଁ । ଉଦଘାଟନ ପରେ ପରେ ଭାରତୀୟ ବାୟୁସେନାର ‘କିରଣ’ ବିମାନ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଚାରିପଟ ଆକାଶରେ ତ୍ରିରଙ୍ଗା ବିଚ୍ଛୁରଣ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ସମବେତ ଜନତାଙ୍କୁ ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାନି ନିଜର ଅଭିଭାଷଣ ପ୍ରଦାନ କରିବା ସହ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପାଇଁ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ।Aajira-Odisha

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ନର୍ମଦା ଜିଲ୍ଲା ଚାରିପଟେ ଅପୂର୍ବ ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଦାବି କରି ଛୋଟୁ ଓ୍ଵାସଓ୍ଵାଙ୍କ ନେତୃତ୍ୱରେ ଦଳେ ଆଦିବାସୀ ବିଦ୍ରୋହ କରିବାରୁ ପୁଲିସ ପୂର୍ବରୁ ଚିନ୍ତିତ ଥିଲା। ପ୍ରକଳ୍ପକୁ ବିରୋଧ କରି ରାଜ୍ୟରେ କେତେଗୁଡ଼ିଏ ପ୍ରତିବାଦ ଏବଂ ଛୋଟମୋଟ ହିଂସାକାଣ୍ଡ ଉପୁଜିଛି। ଜଣେ ଆଡିସ୍‌ନାଲ୍‌ ଡିଜି, ଜଣେ ଆଇଜି, ପାଞ୍ଚ ଜଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌, ୩୦ ଜଣ ଡିଏସ୍‌ପି, ୬୭ ଜଣ ପୁଲିସ ଇନ୍‌ସ୍‌ପେକ୍ଟର୍‌, ୩୧୭ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ସ ଏବଂ ୨୮ ଜଣ ବାଇକ୍‌ ଆରୋହୀ ପୁଲିସ ଉଦ୍‌ଘାଟନସ୍ଥଳୀର ବିଭିନ୍ନ ଆଡ଼େ ଛାଇ ହୋଇ ରହିଥିଲେ। ୬ଟି ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମୁତୟନ କରାଯାଇଥିଲା। ପ୍ରାୟ ୨୦ ସରିକି ଡ୍ରୋନ୍‌ ଉଦ୍‌ଘାଟନୀସ୍ଥଳୀ ଏବଂ ତା’ର ସନ୍ନିକଟ ଅଞ୍ଚଳ ଆକାଶରେ ପଇନ୍ତରା ମାରୁଥିଲେ। ପ୍ରତିବାଦକାରୀମାନେ ବନ୍ଦ ଡାକରା ଦେଇଥିବା ବେଳେ ଆଦିବାସୀମାନଙ୍କ ଆଜି ଘରେ ରୋଷେଇବାସ କରିବେ ନାହିଁ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button