April 18, 2024

ବାରଣାସୀରେ ୧୫ତମ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କଲେ ନରେନ୍ଦ୍ର ମୋଦୀ

1 min read
PM Narendra Modi inaugurated 15th Pravasi Bharatiya Divas Aajira Odisha

ଆଓରି-ନୂଆଦିଲ୍ଲୀ(୨୨/୦୧) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ୧୫ତମ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିଛନ୍ତି । ଏହି ଅବସରରେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର ଜୁଗନାଥ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ରାଜ୍ୟପାଳ ରାମ ନାଇକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଦେଶରେ ଭାରତର ପ୍ରତିଷ୍ଠା ବଢିଛି । ଏହାଦ୍ୱାରା ଲୋକମାନଙ୍କର ଗୌରବ ଓ ସମ୍ମାନ ମଧ୍ୟ ବଢୁଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.