କାନପୁରରେ ଗଙ୍ଗାର ସ୍ୱଚ୍ଛତାକୁ ନେଇ ଆଲୋଚନା କଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୧୪/୧୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନପୁରରେ ପହଞ୍ଚିଛନ୍ତି । କାନପୁରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ । ପିଏମ ମୋଦି ଆଜି ଏଠାରେ ଗଙ୍ଗା ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକଳ୍ପ, ସଂରକ୍ଷଣ ଓ ପ୍ରବନ୍ଧନର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକ ଏଠାର ଚନ୍ଦ୍ରଶେକର ଆଜାଦ କୃଷି ବିଶ୍ୱବିଦ୍ୟାଳୟ ପରିସରରେ କରାଯାଇଛି ।
ବୈଠକରେ ଦୁଇଟି ରାଜ୍ୟ ୟୁପି ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାର, ୟୁପି ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ବ୍ୟତିତ ଗଙ୍ଗା କୂଳ ସ୍ଥିତ ସମସ୍ତ 5 ରାଜ୍ୟର ମନ୍ତ୍ରୀ ମୁଖ୍ୟ ସଚିବ ଓ ଏନଏମସିଜିର ମହାନିର୍ଦ୍ଦେଶକ ରାଜିବ ରଞ୍ଜନ ମିଶ୍ରଙ୍କ ସମେତ 40ରୁ ଅଧିକ ମୁଖ୍ୟ ଲୋକ ଉପସ୍ଥିତ ରହିଛନ୍ତି । ଗଙ୍ଗାକୁ ନିର୍ମଳ ଓ ନିରବଚ୍ଛିନ କରିବା ପାଇଁ ଏପର୍ଯଯନ୍ତ ହୋଇଥିବା ସମସ୍ତ କାର୍ଯ୍ୟ ଉପରେ ସମୀକ୍ଷା କରିବେ ମୋଦି । ଆସୁଥିବା ସମୟରେ ଗଙ୍ଗାକୁ ସ୍ୱଚ୍ଛ ଓ ତାର କୂଳକୁ ସୁନ୍ଦର କରିବା ପାଇଁ କଣ କଣ କରାଯାଇପାରିବ ସେନେଇ କାର୍ଯ୍ୟଜୋଯନା ପ୍ରସ୍ତୁତ ମଧ୍ୟ କରାଯିବ । ଏହି ବୈଠକ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ।