ଆନ୍ତର୍ଜାତୀୟରାଜନୀତି

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଯାଉଛନ୍ତି ଶେଖ୍ ହସିନା ; ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୩୧/୧୨) : ବାଂଲାଦେଶର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଶେଖ୍ ହସିନା । ଶେଖ୍ ହସିନାଙ୍କ ଦଳ ‘ଆୱାମୀ ଲିଗ୍‌’ର ତୃତୀୟ ଥର ବିପୁଳ ବିଜୟ ହାସଲ କରିଛି । ଆୱାମୀ ଲିଗ୍ ନେତୃତ୍ୱାଧୀନ ମେଣ୍ଟ ମୋଟ ୩୦୦ ଆସନରୁ ୨୬୦ରୁ ଅଧିକରେ ବିଜୟୀ ହୋଇଛି ।

ଅନ୍ୟପକ୍ଷରେ ୩୦୦ରୁ ୨୯୯ ଆସନର ରେଜଲ୍ଟ ଆସି ସାରିଛି । ଏଥିରୁ ଆୱାମୀ ଲିଗ୍ ୨୬୬ ଆସନରେ ଜିତିଛି । ଏହାର ସହଯୋଗୀ ଜାତୀୟ ପାର୍ଟି ୨୧ଟି ଆସନ କବ୍‌ଜା କରିଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ୨ ଲକ୍ଷ ୨୯ ହଜାର ୫୩୯ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି ।  ତେବେ ଆଜି ହୋଇଥିବା ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଯୋଗୁଁ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି । ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ହିଂସା ଯୋଗୁଁ ବିଭିନ୍ନ ସ୍ଥାନରେ ଭୋଟ୍‌ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।

ଶେଖ୍‌ ହସିନାଙ୍କ ସରକାର ପୁଣିଥରେ ସତ୍ତାକୁ ଫେରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି । ହସିନାଙ୍କ ସରକାର ଆସିଥିବାରୁ ବାଂଲାଦେଶ ଏବଂ ଭାରତ ମଧ୍ୟ ପୂର୍ବପରି ସୁସମ୍ପର୍କ ବଳବତ୍ତର ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ନମୋ । ଏହାସହ  ହସିନାଙ୍କ ଐତିହାସିକ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button