April 18, 2024

ପାକିସ୍ତାନକୁ ଉଚିତ୍ ଜବାବ୍ ଦେବା ପାଇଁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ହାଇ ଲେବଲ୍ ମିଟିଂ

1 min read

ଆଓରି-ନୂଆଦିଲ୍ଲୀ(୨୭/୦୨) : ଭାରତ ଏବଂ ପାକିସ୍ତାନ  ମଧ୍ୟରେ ଚାଲିଥିବା ତିକ୍ତତାକୁ ନଜରରେ ରଖି ଦିଲ୍ଲୀରେ ଜରୁରୀକାଳୀନ ବୈଠକ ଲଗାତାର ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ହାଇ ଲେବଲ୍ ମିଟିଂ । ମୋଦିଙ୍କ ବାସଭବନରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୃହମନ୍ତ୍ରୀ ରାଜନାଥ ସିଂହ, ରକ୍ଷାମନ୍ତ୍ରୀ, ବିଦେଶ ସଚିବ, ରକ୍ଷା ସଚିବ ଏବଂ ଗୁଇନ୍ଦା ବିଭାଗର ପ୍ରମୁଖଙ୍କୁ ନେଇ ବୈଠକ ଚାଲିଛି । ଏହି ବୈଠକରେ ପାକିସ୍ତାନକୁ ଉଚିତ୍ ଜବାବ୍ ଦେବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏହିକ୍ରମରେ ଦେଶର ସମସ୍ତ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରହିବାକୁ ମୋଦି ଆଦେଶ ମଧ୍ୟ ଦେଇଛନ୍ତି ।

ଦୁଇ ଦେଶ ମଧ୍ୟରେ ତିକ୍ତତା ପହଁଚିଛି ଚରମ ସୀମାରେ । ଏଭଳି ପରିସ୍ଥିତିରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଇଛନ୍ତି ଏକ ବଡ ବୟାନ । ସେ କହିଛନ୍ତି ଆଜିର ସମୟରେ ସବୁକିଛି ସମ୍ଭବ । ଯଦି ଆମେରିକା ପାକିସ୍ତାନରେ ପଶି ଆତଙ୍କୀ ସଂଗଠନ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ମାରି ପାରୁଛି, ତେବେ କିଛି ଅସମ୍ଭବ ନୁହେଁ, ସବୁ କିଛି ସମ୍ଭବ । ସେ ପୁଣି କହିଛନ୍ତି, ଯେପରି ସାରା ଦେଶ ଆମ ସାଥ୍ ଦେଉଛି, ନିଶ୍ଚିତ ଭାବରେ ଏପରି ପରିସ୍ଥିତିରେ ସବୁ ସମ୍ଭବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.