ସ୍ଵାଧୀନତା ଦିବସ ଅବସରରେ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୧/୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ଲାଲ୍କିଲା ପ୍ରାଚିର ନିକଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୫ମ ଥର ଲାଗି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିପାଇଁ ସେ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି। ମଙ୍ଗଳବାର ମୋଦି ଟୁଇଟ୍ କରି ଏଥିପାଇଁ ଲୋକଙ୍କର ଯାହା ଭାବନା ଓ ବିଚାର ରହିଛି ତାହା ଜଣାଇବାକୁ କହିଛନ୍ତି। ମୋଦି ଆପ୍ ମାଧ୍ୟମରେ ସାଧାରଣ ଜନତା ଏହା ଜଣାଇ ପାରିବେ। https://www.mygov.in/group-issue/give-suggestions-prime-ministers-speech-independence-day-2018/ରେ ସମସ୍ତେ ସେମାନଙ୍କର ବିଚାର ଶେୟାର କରିପାରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଲକିଲାରେ ଏହା ଶେଷ ଉଦ୍ବୋଧନ ହେବ।