ରାଜ୍ୟ

ଝାରସୁଗୁଡାବାସୀଙ୍କ ପାଇଁ କମର୍ସିଆଲ ବିମାନ ଚଳାଚଳ ବ୍ୟବସ୍ଥା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୫/୦୧) : ଉଡାନ-୩ ଯୋଜନାରେ ଝାରସୁଗୁଡାବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଉପହାର । ଦେଶର ୬ଟି ସହରକୁ ବିମାନ ଚଳାଚଳ କରିବ ।ମୋଦି ସରକାରଙ୍କ ଉଡାନ-୩ ଯୋଜନାରେ ଝାରସୁଗୁଡାବାସୀଙ୍କ ପାଇଁ କମର୍ସିଆଲ ବିମାନ ଚଳାଚଳ ବ୍ୟବସ୍ଥା ଆରମ୍ଭ କରାଯିବ । ଏନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର, କୋଲକାତା, ହାଇଦ୍ରାବାଦରୁ ଝାରସୁଗୁଡାକୁ ଉଡିବ ବିମାନ । ସେହିପରି ମୁମ୍ୱାଇ, ଦିଲ୍ଲୀ, ରାୟପୁରରୁ ଝାସଗୁଡାକୁ ମଧ୍ୟ ବିମାନ ଉଡିବ । କୋଲକାତାକୁ ସ୍ପାଇସ୍ ଜେଟ୍, ଆସିଆନ୍ସ ଆଭିଏସନ୍ ବିମାନ ଚଳାଚଳ କରିବ । ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାନ୍ସର ବିମାନ ଉଡିବ । ସେହିପରି ଝାରସୁଗୁଡାରୁ ହାଇଦ୍ରାବାଦ ବିମାନ ଚଳାଇବ ସ୍ପାଇସ୍ ଜେଟ୍ । ଝାରସୁଗୁଡାରୁ ମୁମ୍ୱାଇ ପାଇଁ ଜେଟ୍ ଏୟାରଓ୍ୱେଜ୍ ବିମାନ ଚଳାଇବ । ଅନ୍ୟପଟେ ଦିଲ୍ଲୀକୁ ସ୍ପାଇସ୍ ଜେଟ୍ ଏବଂ ରାୟପୁରକୁ ଆଲିଆନ୍ସ, ଟର୍ବୋ ବିମାନ ଚଳାଇବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button