ଫ୍ରାନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୨୩/୦୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରୀଦେଶୀୟ ଗସ୍ତରେ ଯାଇ ବର୍ତ୍ତମାନ ଫ୍ରାନ୍ସରେ ପହଞ୍ଚିଛନ୍ତି । ଜୀ-୭ ସମ୍ମିଳନି ରେ ଭାଗ ନେବାପାଇଁ ପହଞ୍ଚିଛନ୍ତି ମୋଦି । ତେବେ ମୋଦି ଆଜି ସେଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଛନ୍ତି । ଯେତେବେଳେ ମୋଦି ୟୁନେସ୍କୋ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେଠାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟମାନେ ମୋଦି –ମୋଦି ନାରା ଳଗାଇବା ଆରମ୍ଭ କରିଦେଇଥିଲେ । ୨୦୧୯ର ଲୋକସଭା ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ପରେ ପିଏମ୍ ମୋଦି ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରୁଛନ୍ତି । ପ୍ୟାରିସ୍ ରେ ନିଜ ଅଭିଭାଷଣରେ ମୋଦି କହିଛନ୍ତି ଯେ, ଏଠାକାର ଲୋକମାନଙ୍କର ପ୍ରଥମ ପସନ୍ଦ ଫୁଟବଲ୍ । ଏହାଦ୍ୱାରା ଗୋଲ୍ର ମହତ୍ୱ ମଧ୍ୟ ବଢିଥାଏ । ମୁଁ ବି ଆମ ସରକାର ପାଇଁ କିଛି ଗୋଲ୍ ରଖିଛି । ଯାହକୁ ଆମେ ଆଗକୁ ସମ୍ପୂର୍ଣ୍ଣ କରିବୁ ।
ଆମେ ଏମିତି ବହୁତ ଅସମ୍ଭବ ଗୋଲ୍ କୁ ସମ୍ଭବ କରିଛୁ । ଯେପରିକି ଦୁନିଆରେ ସବୁଠାରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇଛି, ସବୁଠାରୁ ବଡ ହେଲ୍ଥ ସ୍କିମ୍ ଚାଲୁକରାଯାଇଛି ଏହା ସହିତ ଅନେକ ବିକାଶମୁଖୀ କାର୍ଯ୍ୟ କରାଯାଇଛି ଯାହା କେହି କରିପାରି ନଥିଲେ ଭାରତରେ । ତେବେ ଏଥିସହିତ ମୋଦି ପ୍ୟାରିସ୍ ବୁଝାମଣା ନେଇ କ୍ଲାଇମେଟ୍ ପରିବର୍ତ୍ତନ ଉପରେ ଭାରତର ଯୋଗଦାଦ କୁ ମଧ୍ୟ ଚର୍ଚ୍ଚା କରିଛନ୍ତି ।