April 24, 2024

ସଫେଇ କର୍ମଚାରୀଙ୍କ ପାଦ ଧୋଇବା ସହ ତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ଆଓରି-ନୂଆଦିଲ୍ଲୀ(୨୪/୦୨) : ରବିବାର ପ୍ରଧାନମନ୍ତ୍ରୀ ମୋଦି ପବିତ୍ର କୁମ୍ଭ ମେଳାରେ ସାମିଲ ହୋଇ ତ୍ରିବେଣୀ ସଙ୍ଗମ୍‌ରେ ବୁଡ ପକାଇଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଛନ୍ତି । ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ପରେ ମୋଦି ପୂଜାର୍ଚ୍ଚନା ସହ ଦୁଗ୍ଧାଭିଷେକ ମଧ୍ୟ କରିଛନ୍ତି ।

ପବିତ୍ର କୁମ୍ଭରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ମୋଦି ସଫେଇ କର୍ମଚାରୀଙ୍କ ପାଦ ଧୋଇବା ସହ ତାଙ୍କୁ ସମ୍ମାନିତ କରିଛନ୍ତି । ସୂଚନା ଥାଉ କି, କୁମ୍ଭ ଆୟୋଜନ କରିବା ଦିଗରେ ପ୍ରମୁଖ ଦାୟିତ୍ୱ ନେଇଥିବା ସଫେଇ କର୍ମଚାରୀଙ୍କ ଯୋଗଦାନକୁ ମହତ୍ତ୍ୱପୂର୍ଣ୍ଣ କହି ପ୍ରଧାନମନ୍ତ୍ରୀ ନିଜ ହାତରେ କର୍ମଚାରୀଙ୍କ ପାଦ ଧୋଇ ଦେଇଛନ୍ତି । ଏହାସହ ମୋଦି ଏକ ଜନସଭାକୁ ମଧ୍ୟ ଉଦବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପ୍ରୟାଗରାଜ ମାଟିକୁ ଆସି ସେ ନିଜକୁ ଧନ୍ୟ ମନେ କରୁଛନ୍ତି । କୁମ୍ଭରେ ହଠ ଯୋଗୀ, ତପ ଯୋଗୀ ଏବଂ ମନ୍ତ୍ର ଯୋଗୀ ମଧ୍ୟ ଅଛନ୍ତି ଏବଂ ଏମାନଙ୍କ ସହ ମୋ କର୍ମ ଯୋଗୀ ମଧ୍ୟ ଅଛନ୍ତି । ଏହି କର୍ମ ଯୋଗୀ ହେଉଛନ୍ତି ସେମାନେ, ଯିଏ ରାତି ଦିନ ପରିଶ୍ରମ କରି କୁମ୍ଭକୁ ସଫଳ କରିଛନ୍ତି । ଏହି କର୍ମ ଯୋଗୀଙ୍କ ମଧ୍ୟରେ ନାଉରିଆ ଅଛନ୍ତି, ସ୍ଥାନୀୟ ବାସୀନ୍ଦା ମଧ୍ୟ ଅଛନ୍ତି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି  । କୁମ୍ଭର ସଫେଇ ନେଇ ସାରା ଦୁନିଆରେ ଚର୍ଚ୍ଚା ହେଉଛି ।

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାଗରାଜ ଗସ୍ତକୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ .ଯୋଗୀ ଆଦିତ୍ୟନାଥଙ୍କ ସମେତ ପାର୍ଟିର ଅନେକ ତୁଙ୍ଗ ନେତା କୁମ୍ଭରେ ବୁଡ ପକାଇ ସାରିଛନ୍ତି

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.