ରାଜନୀତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଉପବାସ କରିବେ

ଆ.ଓ.ରି (ତା୧୧|୪)-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ସଂସଦ ଠିକ୍‌ ଭାବରେ ଚାଲି ପାରି ନ ଥିବାରୁ ଗୋଟିଏ ଦିନ ଉପବାସ କରିବେ ବୋଲି ସୂଚନା ମିଳିଛି ।  ଏପ୍ରିଲ ୬ ତାରିଖରେ ଶେଷ ହୋଇଥିବା ବଜେଟ ଅଧିବେଶର ଅଧାରୁ ଅଧିକ ଦିନ ହୋ ହଲ୍ଲା ଯୋଗୁଁ  ଚାଲି ପାରି ନ ଥିଲା । ଅଧିକାଂଶ ଦିନ  ସଂସଦ ମୁଲତବୀ ହୋଇଥିଲା ।ଏହାକୁ ବିରୋଧ କରି ପ୍ରଧାନ ମନ୍ତ୍ରୀ ମୋଦି ଦିଲ୍ଲୀରେ ଉପବାସ କରିବାର ଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କର୍ଣ୍ଣାଟକରେ ଥିବାରୁ ସେଠାରେ ଉପବାସ କରିବେ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସାମିଲ ହେବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପବାସ  କରିବାର ଠିକ୍‌ ଗୋଟିଏ ଦିନପରେ ଏପରି ନିଷ୍ପତି ଆସଛି । ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ରାଜଘାଟରେ ଉପବାସରେ ବସିଥିଲେ ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button