୨୨ତାରିଖରୁ ୩ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍ ଓ ଫ୍ରାନ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ସଚିବ ଟି.ଏସ୍. ତିରୁମୂର୍ତ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିବେ ଏବଂ ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସରେ ରହିବେ। ସେଠାରେ ସେ ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦୀ ବାହାରିନ୍ ଗସ୍ତ କରିବେ। ବାହାରିନ୍କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ।