ଜାତୀୟ

ଲୋକମାନଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ଆରମ୍ଭ କରାଇବାକୁ ସକାରାତ୍ମକ ଖବର ସେୟାର କର ; ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୩୦/୧୨) : ୨୦୧୯ରେ ମଧ୍ୟ ଭାରତ ତା’ର ସମୃଦ୍ଧି ଓ ଉନ୍ନତି ଯାତ୍ରା ଚାଲୁ ରଖିବ ବୋଲି ମୁଁ ଆଶା କରୁଛି। ‘ମନ୍‌କି ବାତ୍‌’ର ୫୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଏ କଥା କହିଛନ୍ତି। ଏଇ ବର୍ଷ ଆମ ଦେଶ ସଫଳତାର ସହ ନ୍ୟୁକ୍ଲିୟର୍‌ ଟ୍ରାଏଡ୍‌ ସମାହିତ କରିଛି। ଅର୍ଥାତ୍‌ ଏବେ ଜଳ, ସ୍ଥଳ ଓ ଆକାଶରେ ଆମେ ଆଣବିକ ଅସ୍ତ୍ରରେ ବଳୀୟାନ୍‌। ଭାରତର ଅଭ୍ୟନ୍ତରୀଣ ଶକ୍ତି ତାକୁ ନୂତନତର ଶୀର୍ଷରେ ପହଞ୍ଚାଇବ।

ସେ କହିଛନ୍ତି୨୦୧୮ରେ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ଆୟୁଷ୍ମାନ ଭାରତ ଆରମ୍ଭ ହୋଇଛି। ଦେଶର ପ୍ରତି ଗାଁ’ରେ ବିଜୁଳିଶକ୍ତି ପହଞ୍ଚିଛି। ବିଶ୍ୱର ଶୀର୍ଷ ସ୍ତରୀୟ ଏଜେନ୍‌ସି ସ୍ୱୀକାର କରିଛି ଯେ ଭାରତ ଦାରିଦ୍ର୍ୟ ମଧ୍ୟରୁ ତା’ର ଲୋକଙ୍କୁ ଉଦ୍ଧାର କରୁଛି। ୨୦୧୮ରେ ଆମ ଝିଅମାନେ ଆମକୁ ଗୌରବାନ୍ଵିତ କରିଛନ୍ତି। ପୁଣେର ୨୦ ବର୍ଷୀୟ ବେଦାଙ୍ଗୀ କୁଲକର୍ଣ୍ଣି ସାଇକେଲ୍‌ ଚଳାଇ ବିଶ୍ୱ ପରିକ୍ରମା କରି ଦ୍ରୁତଗାମୀ ଏସୀୟ ମହିଳା ହୋଇ ପାରିଛନ୍ତି। ଦୈନିକ ସେ ୩୦୦ କିଲୋମିଟର ହିସାବରେ ସେ ୧୫୯ ଦିନ ସାଇକେଲ ଚଳାଇଛନ୍ତି। ଗୋଟାଏ ପରିଚ୍ଛନ୍ନ ଅଭିଯାନରେ ଭାଗନେବାକୁ ୩ ଲକ୍ଷ ଲୋକ ଏକତ୍ର ହୋଇଥିବାରୁ ‘ସ୍ୱଚ୍ଛ ଭାରତ’ ଅଭିଯାନ ସଫଳ ହୋଇଛି।

ଆଜାଦ୍‌ ହିନ୍ଦ୍‌ ସରକାରଙ୍କର ୭୫ତମ ବାର୍ଷିକୀ ଅବସରରେ ପ୍ରଥମ ଥର ଲାଗି ଦିଲ୍ଲୀସ୍ଥିତ ଲାଲ୍‌ କିଲ୍ଲାରେ ତ୍ରୀରଙ୍ଗ ପତାକା ଉତ୍ତୋଳନ କରାଯାଇଥିଲା। ସାମାଜିକ ଔଦ୍ୟୋଗିକତା ସମେତ ଅନ୍ୟାନ୍ୟ ସକାରତ୍ମକ ଖବର ଲେଖୁଥିବା ବିଭିନ୍ନ ୱେବ୍‌ସାଇଟ୍‌ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।  ଜାନୁଆରି ୧୫ ତାରିଖରୁ ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେଉଛି। କୁମ୍ଭ ବୃହଦ୍‌କାୟ ଓ ଦୈବୀ। ଗତବର୍ଷ ୟୁନେସ୍କୋ କୁମ୍ଭକୁ ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍‌ ଅଫ୍‌ ହ୍ୟୁମାନିଟିରେ ତାଲିକାଭୁକ୍ତ କରିଛି।

ଦରିଦ୍ର ରୋଗୀଙ୍କ ଲାଗି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିବା ଯୁବ ଡାକ୍ତରମାନଙ୍କୁ ମୋଦି ପ୍ରସଂଶା କରିବା ସହ ଅଭିବାଦନ ଜଣାଇଛନ୍ତି। ବିଜ୍‌ନୋର୍‌ ଠାରେ ଡାକ୍ତରମାନଙ୍କ ମାଗଣା ସେବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଗଣା ଶିବିର ଯୋଗୁଁ ୧୦୦ ଲୋକ ଉପକୃତ ହୋଇଛନ୍ତି।
ଜୁନିୟର୍‌ ନେସ୍‌ନାଲ୍‌ ଉଇମିନ୍‌ ବକ୍ସିଙ୍ଗ୍‌ ଚାମ୍ପିୟନ୍‌ସିପ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ୧୬ ବର୍ଷୀୟ ଝିଅ ରଜନୀ ବିଷୟରେ ଗଣମାଧ୍ୟରେ ଖୁବ୍‌ ଆଲୋଚନା ହେଉଛି। କୁସ୍ତି ଶିଖିବା ଲାଗି ବାପାଙ୍କ ପାଖରେ ତା’ର ଇଚ୍ଛା ପ୍ରକାଶ କରନ୍ତେ, ତାଙ୍କ ପାଇଁ ବାପା ସାଧ୍ୟମତେ ସବୁ କରିଥିଲେ।

ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ପୁରୁଣା ଦସ୍ତାନରେ ଅଭ୍ୟାସ କରୁଥିଲେ। ତଥାପି ସେ ନିରାଶ ନ ହୋଇ ଅଭ୍ୟାସ ଚଳାଇଥିଲେ। ସର୍ବିଆ ଠାରେ ମଧ୍ୟ ସେ ଗୋଟାଏ ପଦକ ଜିଣିଛନ୍ତି। ମୁଁ ତାଙ୍କୁ ଓ ତାଙ୍କୁ ସହାୟତା କରିଥିବା ତାଙ୍କର ବାପାମଆଙ୍କୁ ଅଭିନନ୍ଦନ ଜଣାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button