ଜାତୀୟରାଜ୍ୟ

ବାବା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଶର ସଫେଇ କାର୍ଯ୍ୟକ୍ରମ ଆରମ୍ଭ କଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଆରମ୍ଭ କରିଛନ୍ତି। ଦିଲ୍ଲୀସ୍ଥିତ ପାହାଡଗଞ୍ଜ ଠାରେ ବାବା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନିଜେ ଝାଡୁ ଧରି ବିଦ୍ୟାଳୟ ପରିଶର ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସହିତ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଉପଦେଶ ମାଧ୍ୟମରେ କହିଥିଲେ ନିଜର ପରିବେଶକୁ ସଦାସର୍ବଦା ପରିଷ୍କାର ରଖିଲେ ନିଶ୍ଚିତ ଭାବରେ ଏକ ସ୍ଵଚ୍ଛ ଭାରତ ଗଠନ ହୋଇପାରିବ। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ‘ସ୍ୱଚ୍ଛ ଭାରତ ଅଭିଯାନ’ର ଚତୁର୍ଥ ବର୍ଷ ପୂର୍ତ୍ତି ଓ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ସ୍ମରଣୀୟ କରିବା ଲାଗି ଆରମ୍ଭ ହୋଇଥିବା ଏହି ଅଭିଯାନରେ ମେଗା ଷ୍ଟାର ଅମିତାଭ ବଚ୍ଚନ, ବିଶିଷ୍ଟ ଶିଳ୍ପପତି ରତନ ଟାଟା ପ୍ରମୁଖ ସାମିଲ୍‍ ହୋଇଛନ୍ତି।
ଏହି ଅବସରରେ ଭିଡିଓ କନ୍‍ଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ ବିଗତ ୪ ବର୍ଷ ଭିତରେ ୯ ଲକ୍ଷ ପାଇଖାନା ନିର୍ମାଣ ହୋଇପାରିଛି। ୪.୫ ଲକ୍ଷ ଗ୍ରାମ ଖୋଲା ମଳମୁକ୍ତ ଗ୍ରାମ ଘୋଷିତ ହୋଇପାରିଛି। ବାପୁଜୀଙ୍କ ସ୍ୱପ୍ନ ସାକାର କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି।
ଅମିତାଭ ବଚ୍ଚନ ସ୍ୱଚ୍ଛ ଭାରତ ଅଭିଯାନରେ ତାଙ୍କର ଅଭିଜ୍ଞତା ସମ୍ପର୍କରେ କହିଥିଲେ। ସେହିପରି ରତନ ଟାଟା କହିଲେ ଯେ କୌଣସି ଦେଶର କ୍ଷମତାର ମୂଳଦୂଆ ହେଉଛି ସେହି ଦେଶର ଜନସାଧାରଣଙ୍କ ସ୍ୱାସ୍ଥ୍ୟବସ୍ଥା। ତେଣୁ ଦେଶକୁ ସୁଦୃଢ଼ କରିବାକୁ ହେଲେ ସ୍ୱଚ୍ଛତା ମାଧ୍ୟମରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବାକୁ ପଡ଼ିବ। ସ୍ୱଚ୍ଛ ଭାରତ ଅଭିଯାନରେ ଟାଟା ଟ୍ରଷ୍ଟର ଅବଦାନ ଓ ଭୂମିକା ସମ୍ପର୍କରେ ରତନ ସୂଚନା ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button