April 16, 2024

ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ଜାରିକଲେ ପ୍ରଧାନମନ୍ତ୍ରୀ

1 min read
PM-Narendra-Modi-Aajira-Odisha

ଆଓରି-ଭୁବନେଶ୍ଵର(୨୪/୧୨) : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଏହି ଦିନିକିଆ ଗସ୍ତରେ ପ୍ରାୟ ୧୫ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ଶିଳାନ୍ୟାସ କରିବେ  । ତେବେ ଆଜି ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଅରୁଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି  ।Aajira-Odisha

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି  । ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତକୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବହୁ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତରର ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ଏବଂ ଏ ଦିଗରେ ରାଜ୍ୟ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି  ।

ବିକାଶର ବାସ୍କେଟ୍‌ ସହ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସିଧାସଳଖ ଅରୁଗୁଳର ଆଇଆଇଟି କ୍ୟାମ୍ପସରେ ପହଞ୍ଚିଥିଲେ ମୋଦି । ସେଠାରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଅରୁଗୁଳ ଆଇଆଇଟିକୁ ଜାତୀ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ନରେନ୍ଦ୍ର ମୋଦି ।

ଓଡ଼ିଶାର ବିକାଶ ପ୍ରତି ସମର୍ପିତ ଚିତ୍ତରେ କାର୍ଯ୍ୟ କରିବାର କେନ୍ଦ୍ରର ସଙ୍କଳ୍ପ ଏକ ଉଚ୍ଚ ଶୀଖରରେ ପହଞ୍ଚିଛି । ଆଜି ୧୪ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶକୂଳକ ଯୋଜନାରେ ଶିଳାନ୍ୟାସ ଏବଂ ଶୁଭାରମ୍ଭ କରାଯାଇଛି ।  ଏହି ଯୋଜନାରେ ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ,ଗ୍ୟାସ୍‌, ରୋଡ୍‌  ଏବଂ ସାଂସ୍କୃତିକ ଉନ୍ନତ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନ୍ତର୍ଭୁକ୍ତ ରହିଛି ।

ଏହି ଯୋଜନା ମାଧ୍ୟମରେ ହେବାକୁ ଥିବା ଓଡ଼ିଶାର ବିକାଶ ଓଡ଼ିଶାର ପ୍ରତି ଲୋକଙ୍କ ଜୀବନକୁ ସହଜ ଏବଂ ସୁଗମ କରିବ । ଓଡ଼ିଶାର ଏହି ପ୍ରୋଜେକ୍ଟ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  କୌଣସି କେନ୍ଦ୍ର ସରାକରଙ୍କ ଦ୍ୱାରା ଓଡ଼ିଶା ସମେତ ପୁରା ପୂର୍ବଭାରତରେ ଏତେ ଅଧିକ ଧ୍ୟାନ ଦେବା ଏହା ହେଉଛି ପ୍ରଥମ ।

ଦେଶର ସନ୍ତୁଳିତ ବିକାଶକୁ ନଜରରେ ରଖି ପୂର୍ବ ୪ ବର୍ଷ ମଧ୍ୟରେ ବହୁ ନିର୍ମାଣ କାର୍ଯ୍ୟ ଏବଂ ବିକାଶଶୀଳ କାର୍ଯ୍ୟ କରାଯାଉଛି । ଆଜି ଆଇଆଇଟି ଭୁବନେଶ୍ୱର ଯୁବକଙ୍କୁ ସମର୍ପିତ କରିବାର ମୋତେ ସୁଯୋଗ ମିଳିଲା । ଏହି କ୍ୟାମ୍ପସ ଓଡ଼ିଶାର ଆଗାମୀ ଯୁବପିଢିଙ୍କ ନୂଆ ରୋଜଗାର ଯୋଗାଇବ । ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିବ। ଏହା ବ୍ୟତିତ ଆଗାମୀ ଦିନରେ ବ୍ରହ୍ମପୁର ୧୬୦୦ କୋଟି ଆଇଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା କହିଥିଲେ ମୋଦି ।

ଏହା ଶିକ୍ଷା, ବିଜ୍ଞାନ ଓ ଇଞ୍ଜିନିୟର ସଂସ୍ଥା ସହ ଜଡ଼ିତ । ଆଦିବାସୀ ଲୋକଙ୍କୁ ଏଣେତେଣେ ଯବାକୁ ନପଡେ ସେଥିପାଇଁ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧାକୁ ଗୁରୁତ୍ୱ ଦିଆଯାଉଛି ।  ସଡ଼କ ପଥକୁ ମଧ୍ୟ ଉନ୍ନତିକରଣ କରାଯାଉଛି। ପାରାଦ୍ୱୀପ, ହାଇଦ୍ରାବାଦ ପାଇପଲାଇନ ଓଡ଼ିଶାକୁ ନୂଆ ପରିଚୟ ଦେବ । ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ଓଡ଼ିଶା ପୂର୍ବ ଭାରତରେ ପେଟ୍ରୋଲିୟମ ହବ୍ ହେବାକୁ ଯାଉଛି । ଧୂଆଁ ବିହୀନ କରିବାକୁ ସରକାର ଯୋଜନା ରଖିଛନ୍ତି । ପ୍ରତି ଘରେ ଏଲପିଜି ପହଞ୍ଚାଇବାକୁ କେନ୍ଦ୍ରସରକାର ଦ୍ରୂତ ଗତିରେ ପଦକ୍ଷେପ ନେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.