ଆନ୍ତର୍ଜାତୀୟ

ଆଫ୍ରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଆଓରି-ନୂଆଦିଲ୍ଲୀ(୨୩/୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପାଞ୍ଚଦିନିଆ ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ଯାଇ ଆଜି ରାଓ୍ଵାଣ୍ଡାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ପାଞ୍ଚଦିନିଆ ଗସ୍ତ କାଳରେ ରାଓ୍ଵାଣ୍ଡା, ଉଗାଣ୍ଡା ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ତା’ର ବୈଦେଶିକ ନୀତିରେ ଏବେ ଆଫ୍ରିକାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ରାଓ୍ଵାଣ୍ଡା, ଉଗାଣ୍ଡା ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ଭାରତର ସଂପର୍କକୁ ଆଫ୍ରିକୀୟ ରାଷ୍ଟ୍ର ସହିତ ଆହୁରି ମଜବୁତ କରିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଫ୍ରିକୀୟ ରାଷ୍ଟ୍ରକୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ଗସ୍ତ। ଏହା ପୂର୍ବରୁ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ମୋଞ୍ଜାବିକ୍‌, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ ଓ କେନିୟା ଗସ୍ତ କରିଥିଲେ।

ଏଥର ଗସ୍ତକାଳରେ ପ୍ରଧାନମନ୍ତ୍ରୀ ରାଓ୍ଵାଣ୍ଡାର ଏକ ଗ୍ରାମରେ ରହୁଥିବା ଗରିବ ଲୋକମାନଙ୍କୁ ପରିବାର ପିଛା ଗୋଟିଏ କରି ଗାଈ ଉପହାର ସ୍ୱରୂପ ପ୍ରଦାନ କରିବେ। ଏହା ରାଓ୍ଵାଣ୍ଡାର ଗରିବ ଅଧିବାସୀମାନଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିବ। ରାଓ୍ଵାଣ୍ଡାର ଗରିବ ଅଧିବାସୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଓ୍ଵାଣ୍ଡାର ରାଷ୍ଟ୍ରପତିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୋଜନାରେ ଭାରତ ନିଜର ସହଯୋଗର ହାତ ବଢ଼ାଇବା ସହ ଗୋଟିଏ ଗରିବ ପରିବାରକୁ ଗୋଟିଏ ଗାଈ ପ୍ରଦାନ କରୁଥିବା ଜାଣିବାକୁ ମିଳିଛି। ଏହାକୁ ‘ଗିରିଙ୍କା’ ଯୋଜନା ନାମରେ ନାମିତ କରାଯାଇଥିବା ବେଳେ ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ୨୦୦ ଉପହାର ସ୍ୱରୂପ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button