March 19, 2023

ଏଲକେ ଆଡ଼ଭାନୀଙ୍କ ବାସଭବନକୁ ଯାଇ ୯୨ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦୀ

1 min read
PM-Narendra-Modi-met-L.k-Adbhani-Aajira-Odisha

ଆଓରି-ନୂଆଦିଲ୍ଲୀ(୦୮/୧୧) : ୯୨ ବର୍ଷରେ ପାଦ ଥାପିଛନ୍ତି ବିଜେପିର ବରିଷ୍ଠ ନେତା ଅର୍ଥାତ୍‌ ଭୀଷ୍ମପିତାମହ କୁହାଯାଉଥିବା ଏଲକେ ଆଡ଼ଭାନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡ଼ଭାନୀଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ।

ମୋଦି ଆଡ଼ଭାନୀଙ୍କୁ ଆଜି ଭେଟିବା ପୂର୍ବରୁ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଜି ଯଦି ବିଜେପି ଦେଶରେ ମଜବୁତ ହୋଇପାରିଛି ସେଥିରେ ଆଡ଼ଭାନୀଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ମୋଦି କହିଥିଲେ।

ସୂଚନାଯୋଗ୍ୟ, ଆଗକୁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ। ୧୯୯୦ରେ ଏହି ରାମଜନ୍ମଭୂମି ପାଇଁ ଗୁଜରାଟର ସୋମନାଥ ଧାମରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା କରି ଆଡ଼ଭାନୀ ଚର୍ଚ୍ଚାକୁ ଆସିଥିଲେ। ବାଜପେୟୀଙ୍କ ସରକାରରେ ଆଡ଼ଭାନୀ ଉପପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ଅଧୀନରେ ସୁଷମା ସ୍ୱରାଜ, ଶିବରାଜ ସିଂହ, ଅନନ୍ତ କୁମାର, ଅରୁଣ ଜେଟଲୀ ଭଳି ନେତା ମନ୍ତୀ ପଦ ସମ୍ଭାଳିଥିଲେ। ଏହି ବରିଷ୍ଠ ନେତାଙ୍କ ଜନ୍ମ ଦିନରେ ବହୁ  ରାଜନୈତିକ ହସ୍ତି ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.