Uncategorizedଜାତୀୟରାଜ୍ୟସ୍ୱାସ୍ଥ୍ୟ

‘ମନ୍‌ କି ବାତ୍‌’ ଜରିଆରେ ଯୁବସମାଜକୁ ନବଭାରତ ନିର୍ମାଣ ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୨୯/୭) : ପ୍ରକୃତିର ତତ୍ତ୍ୱ ନେବା, ପରିବେଶକୁ ରକ୍ଷା କରିବା ଏବଂ ପ୍ରାକୃତିକ ସମ୍ବଳର ସନ୍ତୁଳନ ବଜାୟ ରଖିବା ଆମର କର୍ତ୍ତବ୍ୟ ହେବା ଉଚିତ ବୋଲି ୪୬ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶରେ ମୌସୁମୀ କଥା କହି ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତି ପ୍ରତି ଦାୟିତ୍ୱବାନ୍‌ ହେବା ପାଇଁ ଆହ୍ଵାନ ଦେଇଛନ୍ତି।

ହଠାତ୍‌ ବର୍ଷା ଯୋଗୁଁ ଗୁମ୍ଫା ଦ୍ୱାର ବନ୍ଦ ହୋଇ ଯିବାରୁ ଭିତରେ ଅଟକି ଯାଇଥିବା ୧୨ ଜଣ ଥାଇଲାଣ୍ଡ୍‌ ବାଳକ ଏବଂ ସେମାନଙ୍କ କୋଚ୍‌ କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସବୁମତେ ଉଦ୍ୟମ କରାଯାଇଥିଲା। ସେମାନଙ୍କ ଉଦ୍ଧାର ପାଇଁ ପ୍ରଦର୍ଶୀତ ଦାୟିତ୍ୱବୋଧ ଥିଲା ଆଶ୍ଚର୍ଯ୍ୟଜନକ। ଏହି ଅଭିଯାନର ଧୈର୍ଯ୍ୟ, ସାହସିକତା ଓ ସଙ୍ଗଠନରୁ ଅନେକ କଥା ଶିଖିବାକୁ ଅଛି। ଜୀବନ ପରିବର୍ତ୍ତନ ପାଇଁ ଯୁବସମାଜ ସ୍ମାର୍ଟ ଟେକ୍ନୋଲଜି ବ୍ୟବହାର କରୁଛନ୍ତି। ଆମେରିକାରେ ବ୍ରେନ୍‌ ଡ୍ରେନ୍‌କୁ ବ୍ରେନ୍‌ ଗେନ୍‌ ଭାବେ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଲେ ରାୟବରେଲିରୁ ଯାଇଥିବା ଦୁଇ ଯୁବକ ଆମେରିକାରେ ସ୍ମାର୍ଟଗାଁ ଆପ୍‌ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଅଞ୍ଚଳ ସମ୍ବନ୍ଧରେ ଏହା ବହୁ ସୂଚନା ଦେଉଥିବାରୁ ଗାଁରେ ଡିଜିଟାଲ୍‌ ବିପ୍ଳବ ଆଣିଛି। ଏହା କୃଷକଙ୍କ ପାଇଁ ମଧ୍ୟ ଉପକାରୀ। ଯୁବକମାନେ ନବଭାରତ ନିର୍ମାଣ ପାଇଁ ଅବଦାନ ଦେଉଛନ୍ତି।

କୁସଂସ୍କାର ବିରୋଧରେ ଲଢ଼ିବାକୁ ସନ୍ଥମାନେ ସମାଜକୁ ଦିଗ୍‌ଦର୍ଶନ ଦେଇଛନ୍ତି ବୋଲି ସେ କହିଛନ୍ତି। ଗ୍ୟାନେଶ୍ୱର, ନାମଦେବ, ଏକନାଥ, ରାମଦାସ, ତୁକାରାମଙ୍କ ଭଳି ସନ୍ଥମାନେ ସେମାନଙ୍କ ଶିକ୍ଷା ଦ୍ୱାରା ସାମାଜିକ କୁସଂସ୍କାର ବିରୋଧରେ ଲଢ଼ିବାକୁ ପ୍ରେରଣା ଦେଇଛନ୍ତି। ଅଗଷ୍ଟ ପହିଲାରେ ଲୋକମାନ୍ୟ ତିଳକଙ୍କ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଏଭଳି ମହାନ ସନ୍ଥମାନଙ୍କର ମୋତି, ଧନରତ୍ନ ଓ ପରମ୍ପରାର ଦେଶ। ସେମାନଙ୍କ ମଧ୍ୟରେ ଅନ୍ୟତମ ଲୋକମାନ୍ୟ, ‘ସ୍ୱରାଜ ମୋର ଜନ୍ମଗତ ଅଧିକାର ସ୍ଲୋଗାନ୍‌ ଦେଇ ଜନସାଧାରଣଙ୍କ ମଧ୍ୟରେ ଭରସା ପ୍ରଜ୍ଜ୍ୱଳନ କରିଥିଲେ। ‘ସ୍ୱରାଜ ଆମର ଜନ୍ମଗତ ଅଧିକାର’ ବୋଲି ପୁନଃଗୁରୁତ୍ୱ ଦେବାକୁ ଆଜି ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ କି, ଅଳ୍ପ ଦିନ ତଳେ, କନିଷ୍ଠ ୟୁ-୨୦ ଓ୍ଵାର୍ଲଡ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତର ସାହସିନୀ ଝିଅ ହିମା ଦାସ ୪୦୦ ମିଟର୍‌ ରେସ୍‌ରେ ସ୍ୱର୍ଣ୍ଣପଦକ ଜିଣି ଇତିହାସ ସୃଷ୍ଟି କରିଛନ୍ତି। ଏକତା ଭ୍ୟାନ୍‌ ନାମ୍ନୀ ଆଉ ଜଣେ ଭାରତୀୟ ଝିଅ ୨୦୧୮ ଓ୍ଵାର୍ଲଡ୍‌ ପାରା ଆଥ୍‌ଲେଟିକ୍‌ସ୍‌ ଗ୍ରାଣ୍ଡ୍‌ ପ୍ରିକ୍‌ସ୍‌ରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ଜିଣିଛନ୍ତି।

ଚନ୍ଦ୍ରଶେଖର ଆଜଦ୍‌ଙ୍କ ଆବେଗ ଓ ସାହସିକତା ଆମକୁ ପ୍ରେରଣା ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚନ୍ଦ୍ରଶେଖର ଆଜାଦ ସ୍ୱାଧୀନତା ନିମନ୍ତେ ଲଢ଼ିବା ପାଇଁ ଜିଇଁବାକୁ ଚାହୁଁଥିଲେ ଓ ଜଣେ ସ୍ୱାଧୀନ ମଣିଷ ହୋଇ ମରିଥିଲେ। ବହୁ ଐତିହାସିକ ଓ ପୂଜାପର୍ବାଣି ଭରି ରହିଥିବାରୁ ଅଗଷ୍ଟ ମାସ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ପାରେ ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ନିରାମୟ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପରିବେଶ ଅନୁକୂଳସମ୍ପନ୍ନ ହେବା ପରି ଗଣେଶ ଉତ୍ସବ ପାଳିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button