ଜାତୀୟ

ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେର ଉଦ୍‌ଘାଟନ କଲେ ମୋଦି

ଆ.ଓ.ରି(ତା୨୭|୫)- ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ନରେନ୍ଦ୍ର ମୋଦିଙ୍କ ଭେଟି। ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ ସହ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି। ୧୪ ଲେନ୍ ବିଶିଷ୍ଟ ନିର୍ମିତ ହୋଇଛି ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ।

ଏହି ଏକ୍ସପ୍ରେସ୍ ୱେର ମାତ୍ର ୨୭.୭୪ କିଲୋମିଟର ରାସ୍ତା ନିର୍ମାଣ ସରିଛି। ପର୍ଯ୍ୟାୟ କ୍ରମେ ଏହି ରାସ୍ତା ନିର୍ମାଣ ହେବ। ୪ଟି ପର୍ଯ୍ୟାୟରେ ଏହି ଏକ୍ସପ୍ରେସ୍ ୱେର କାମ ହେବ। ସେହିପରି ୧୩୫ କିଲୋମିଟର ବିଶିଷ୍ଟ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ ଯୋଗୁ ଟ୍ରାଫିକ ସମସ୍ୟା ରହିବନି। ଆଗରୁ ଦିଲ୍ଲୀରୁ ମିରଟକୁ ୧୩୫ କିଲୋମିଟର ରାସ୍ତାକୁ ୪ ଘଣ୍ଟା ଲାଗୁଥିବା ବେଳେ ଏବେ ମାତ୍ର ପ୍ରାୟ ୪୫ ମିନିଟ୍‌ରେ ଯାତ୍ରା ସମ୍ଭବ ହୋଇପାରିବ। ଏଥିସହ ଗାଜିଆବାଦ, ଗ୍ରେଟର ନୋଇଦା, ଫରିଦାବାଦ ଆଦି ସ୍ଥାନକୁ ଏହି ଏକ୍ସପ୍ରେସ୍ ୱେ ସଂଯୋଗ କରୁଛି। ତାସହ ଏହି ରାସ୍ତା ମଧ୍ୟରେ ୩୧ଟି ଟ୍ରାଫିକ୍ ପୋଷ୍ଟ ରହିଛି। ଦୁଇଟି ପ୍ରକଳ୍ପ ୨୦୧୯ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଏହି ଏକ୍ସପ୍ରେସ୍ ୱେର ବିଶେଷତ୍ୱ ହେଉଛି, ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ ଆଲୋକ ସୌରଶକ୍ତିରେ ଜଳିବା ସହ ରାସ୍ତାର ୫ଶହ ମିଟର ବ୍ୟବଧାନରେ ବର୍ଷା ଜଳ ସଂରକ୍ଷଣ ନେଇ ବ୍ୟବସ୍ଥା ରହିଛି। ଏଥିସହ ସ୍ୱଂୟଚାଳିତ ଭାବେ ଇଲେକ୍ଟ୍ରୋନିକ୍ସ ଟୁଲ୍ କଲେକ୍ସନ ବ୍ୟବସ୍ଥା ହୋଇଛି। ୨୦୧୫ ନଭେମ୍ବର ମାସରେ ଏହି ଏକ୍ସପ୍ରେସ୍ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ଉଦ୍‌ଘାଟନ ପରେ ଏକ୍ସପ୍ରେସ୍ ୱେରେ ଏକ ବିଶାଳ ରୋଡ୍ ସୋ କରିଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ବାଗପତରୁ ଦେଶବାସୀଙ୍କ ଉଦ୍ଦେଶ୍ୟର ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ। ୪ବର୍ଷ ପୂର୍ବରୁ ଦିନକୁ ୧୨କିଲୋମିଟର ରାସ୍ତା ନିର୍ମିତ ହେଉଥିବା ବେଳେ ଏବେ ଦିନକୁ ୨୮କିଲୋମିଟର ହାଇୱେ ନିର୍ମାଣ ହେଉଛି ବୋଲି କହିଛନ୍ତି ମୋଦି। ୧୮ ମାସରେ ୭ ହଜାର ୫ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ଏକ୍ସପ୍ରେସ୍ ୱେ।

ଉଦଘାଟନୀ ଅବସରରେ ୟୁପି ରାଜ୍ୟପାଳ ରାମ ନାୟକ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button