ରାଜ୍ୟ

ଉତ୍ତରପ୍ରଦେଶରେ ୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୨୯/୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶରେ ୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ।ଏହି ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏହାର ଆନୁମାନିକ ମୂଲ୍ୟ ୬୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ରାଜ୍ୟର ଶିଳ୍ପବିକାଶରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆଶା ରହିଛି। ଏସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି। ଗତ ଫେବୃୟାରୀରେ ଏନେଇ ରାଜ୍ୟରେ ହୋଇଥିବା ନିବେଶକ ସମ୍ମିଳନୀରେ କୁମାର ମଙ୍ଗଳମ୍‌ ବିର୍ଲା, ଗୌତମ ଆଦାନି, ସୁଭାଷଚନ୍ଦ୍ର, ସଞ୍ଜିବ୍‌ ପୁରୀ ପ୍ରମୁଖ ୮୦ରୁ ଅଧିକ ଶିଳ୍ପପତି ଯୋଗ ଦେଇ ନିବେଶ ସମ୍ପର୍କରେ ସହମତି ପ୍ରକାଶ କରିଥିଲେ।

ଉତ୍ତରପ୍ରଦେଶରେ ଶିଳ୍ପର ବିକାଶ ଉନ୍ନତି କରିବା ପାଇଁ ସମସ୍ତ ପଦକ୍ଷପ ନେବା ସହ ଗଜିଆବାଦ ଏବଂ ନୋଏଡା ପରି ସମ୍ପୂର୍ଣ ଉତ୍ତରପ୍ରଦେଶରେ ଶିଳ୍ପକେନ୍ଦ୍ର ସ୍ଥାପିତ କରି ଜନଜାତିଙ୍କୁ ରୋଜଗାରକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି |

 

Related Articles

Leave a Reply

Your email address will not be published. Required fields are marked *

Back to top button