ଜାତୀୟରାଜ୍ୟ

ଭାରତ-ବାଂଲାଦେଶ ମୈତ୍ରୀ ପାଇପ୍‍ଲାଇନ୍‍ ନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୮/୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା ମଙ୍ଗଳବାର ମିଳିତ ଭାବେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ମୈତ୍ରୀ ପାଇପ୍‍ଲାଇନ୍‍ ନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ପେଟ୍ରୋଲିୟମ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ପ୍ରକଳ୍ପ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଚଳିତ ବର୍ଷ ଏପ୍ରିଲ ମାସରେ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ଢ଼ାକା ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ପାଇପ୍‍ଲାଇନ୍‍ ନିର୍ମାଣ ସଂକ୍ରାନ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୧୩୦ କିଲୋମିଟର ଦୀର୍ଘ ଏହି ପାଇପ୍‍ଲାଇନ୍‍ ଭାରତର ପଶ୍ଚିମବଙ୍ଗର ସିଲିଗୁଡି ଏବଂ ବାଂଲାଦେଶର ଦୀନଜପୁର ଜିଲ୍ଲାର ପାର୍ବତୀପୁରକୁ ସଂଯୁକ୍ତ କରିବ। ଏହି ପ୍ରକଳ୍ପ ପାଇଁ ୩୪୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଏହାକୁ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button