ଜାତୀୟବାଣିଜ୍ୟ

ମେକ-ଇନ-ଇଣ୍ଡିଆର ବଡ ସଫଳତା ; ବିଶ୍ଵର ସର୍ବବୃହତ ସାମସଙ୍ଗ କମ୍ପାନୀ ଉଦଘାଟନ କଲେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୦/୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେନ ଇନ ମିଳିତ ଭାବେ ସୋମବାର ସାମସଙ୍ଗର ନଏଡା ସ୍ଥିତ ବିଶ୍ୱର ସବୁଠୁ ବଡ଼ ମୋବାଇଲ କାରଖାନାର ଉଦ୍‍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ପ୍ରାୟ ମଧ୍ୟବିତ ଲୋକଙ୍କ ଘରେ କୋରିଆ ଉତ୍ପାଦ ରହିଛି। ଏହି କାରଖାନା ମେକ ଇନ ଇଣ୍ଡିଆ ଯୋଜନାକୁ ଅଧିକ ମଜଭୁତ କରିବ ଓ ଆଗକୁ ବଢାଇବାରେ ସହାୟକ ହେବ। ଏହି କାରଖାନା ଦ୍ୱାରା ଭାରତରେ ସାମସଙ୍ଗର ସ୍ଥିତି ଅଧିକ ମଜଭୁତ ହେବ। ଏହି କାରଖାନା ପରିସରରରୁ ସାମସଙ୍ଗ ମୋବାଇଲ ସହ ଟେଳିଭିଜନ, ରେଫ୍ରିଜରେଟର ଏବଂ ଅନ୍ୟ ଇଲୋକଟ୍ରୋନିକ୍ସ ଉତ୍ପାଦକୁ ଦ୍ୱିଗୁଣ କରାଯିବ। ଉତ୍ତରପ୍ରଦେଶ ନୋଏଡ଼ା ୮୧ ସେକ୍ଟର ସ୍ଥିତ ସାମସଙ୍ଗର ଏହି କାରଖାନା ୩୫ ଏକର ପରିବ୍ୟାପ୍ତ। ୧୯୯୭ରେ ସାମସଙ୍ଗ ନଏଡା ସ୍ଥିତ କାରଖାନାରୁ ଟେଲିଭିଜନ ଉତ୍ପାଦନ ଆରମ୍ଭ ହୋଇଥିଲା। ୨୦୦୩ରୁ ଏହି କାରଖାନାରୁ ରେଫ୍ରିଜରେଟର ଉତ୍ପାଦନ ହେଉଛି। ପରେ ୨୦୦୭ରେ ଏହି କାରଖାନାରୁ ମୋବାଇଲ ଫୋନ୍‍ ଉତ୍ପାଦନ ଆରମ୍ଭ ହୋଇଥିଲା। ସାମସଙ୍ଗର ନଏଡା ସ୍ଥିତ କାରଖାନାର ସମ୍ପ୍ରସାରଣ ପାଇଁ ୪,୯୧୫ କୋଟି ଟଙ୍କା ନିବେଶ କରାଯାଇଛି। କାରଖାନାର ସମ୍ପ୍ରସାରଣ ସହ ସାମସଙ୍ଗ ଟେଲିଭିଜନ, ରେଫ୍ରିଜରେଟର ଏବଂ ମୋବାଇଲ ଉତ୍ପାଦନକୁ ଦ୍ୱିଗୁଣ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଏହି କାରଖାନାରୁ ୬.୭ କୋଟି ମୋବାଇଲ ଫୋନ ଉତ୍ପାଦ ହେଉଥିଲା। ଏବେ ଏହା ବୃଦ୍ଧି ପାଇ ୧୨ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସାମସଙ୍ଗ ଏହି କାରଖାନାରୁ ବିଭିନ୍ନ ଉତ୍ପାଦ ୟୁରୋପ ଏବଂ ଆମେରିକାକୁ ରପ୍ତାନୀ କରିପାରିବ। ସାମସଙ୍ଗ ଆସନ୍ତା ୩ ବର୍ଷ ମଧ୍ୟରେ ନିଜର ମୋଟ ଉତ୍ପାଦର ୫୦% ଅଂଶ ଭାରତକୁ ସ୍ଥାନାନ୍ତର କରିବାକୁ ଚାହୁଁଛି। ଏବେ ଭାରତରେ ସାମସଙ୍ଗର ଉତ୍ପାଦ ଭାଗ ମାତ୍ର ୧୦% ରହିଛି। ଭାରତରେ ସାମସଙ୍ଗର ଦୁଇଟି କାରଖାନା ରହିଛି। ଅନ୍ୟ କାରଖାନାଟି ତାମିଲନାଡୁର ଶ୍ରୀପେରୁବନ୍ଦରରେ ରହିଛି। ଏହାବାଦ ସାମସଙ୍ଗର ୫ଟି ଗବେଷଣା ଏବଂ ବିକାଶ କେନ୍ଦ୍ର ଭାରତରେ ରହିଛି। ନୋଏଡ଼ାରେ ଏକ ଡିଜାଇନ କେନ୍ଦ୍ର ରହିଛି। ସାମସଙ୍ଗ କମ୍ପାନୀରେ ଭାରତର ୭୦,୦୦୦ ଲୋକ ନିଯୁକ୍ତି ପାଇଛନ୍ତି। ୨୦୧୬-୧୭ରେ ସାମସଙ୍ଗ ବିଭିନ୍ନ ଉତ୍ପାଦ ବିକ୍ରିରୁ ୫୦,୦୦୦ କୋଟି ଟଙ୍କା ଆୟ କରିଥିଲା। ଏହା ମଧ୍ୟରେ କେବଳ ମୋବାଇଲ ଫୋନ୍‍ ବିକ୍ରିରୁ ୩୪,୦୦୦ କୋଟି ଟଙ୍କା ଆୟ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button