ରାଜନୀତିରାଜ୍ୟ

ଆର୍ଥିକ ପରିସ୍ଥିତି ସମୀକ୍ଷା କରିବାକୁ ବୈଠକ ଡକାଇଛନ୍ତି ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୩/୯) : ଦେଶର ଆର୍ଥିକ ପରିସ୍ଥିତି ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ବୈଠକ ବସିବାର ସମ୍ଭାବନା ରହିଛି। ଏଥିରେ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଅମଲାମାନେ ଯୋଗଦେବେ। ଇନ୍ଧନ ଦର ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ବୈଠକର ଆଲୋଚନା ସୂଚୀରେ ରହିବାର ସମ୍ଭାବନା ଅଛି।

ଭାରତୀୟ ଜନତା ପାର୍ଟିର ମୁଖ୍ୟ ଅମିତ ଶାହାଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିବାର ଦିନକ ପରେ ପ୍ରଧାନମନ୍ତ୍ରୀ ବୈଠକ ଡକାଇଛନ୍ତି। ଶାହାଙ୍କ ସହ ନିଜର ସାକ୍ଷାତ୍‌ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ସାମଗ୍ରିକ ସରକାରୀ ନୀତି ଦ୍ୱାରା ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ ବୃଦ୍ଧି ଦମନ କରି ହେବ। ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଗତ ଅଳ୍ପ କେତେ ସପ୍ତାହ ହେବ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ସମାଲୋଚନାର ସରବ୍ୟ ହୋଇ ଆସୁଛନ୍ତି। ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ସର୍ବକାଳୀନ ବୃଦ୍ଧି ପାଇଥିବା ବେଳେ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ଦୈନିକ ହ୍ରାସ ପାଉଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button