March 28, 2023

ସିଙ୍ଗାପୁର ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କଲା ଭାରତ

1 min read

ଆ.ଓ.ରି(ତା୧|୬)-ଚୀନକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟପ୍ ଡିପ୍ଲୋମାସି। ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ଏହି ୩ ରାଷ୍ଟ୍ର ସହ ସାମରିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଚନ୍ତି ମୋଦି। ତ୍ରି ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ସାମରିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଉଭୟ ଦେଶର ସାମରିକ ସମ୍ପର୍କରେ ଅନେକ ଅଭିବୃଦ୍ଧି ଘଟିଛି। ସାଇବର ସିକ୍ୟୁରିଟି ଓ ଆତଙ୍କବାଦ୍‌ ଦୁଇ ଦେଶ ପାଇଁ ମୁଖ୍ୟ ସଙ୍କଟ ଭାବେ ଉଭା ହୋଇଛି।  ଏହା ବିରୋଧରେ ଏକାଠି ହେବା ଉଭୟ ରାଷ୍ଟ୍ର ପାଇଁ ପ୍ରମୁଖ କ୍ଷେତ୍ର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଭାରତ ଓ ସିଙ୍ଗାପୁର ମଧ୍ୟରେ ହେଉଥିବା ମିଳିତ ସମରାଭ୍ୟାସ ସିମ୍ବେକ୍‌ସ ଏକସରସାଇଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଉଭୟ ରାଷ୍ଟ୍ରକୁ ମୋଦି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏସିଆ ମହାଦେଶରେ ସ୍ଥିରତା ଏବଂ ଶାନ୍ତି କାଏମ ରଖିବା ପାଇଁ ଭାରତ ଓ ସିଙ୍ଗାପୁରକୁ ମିଳିତ ଭାବେ କାମ କରିବାକୁ ପଡ଼ିବ। ଭାରତରେ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗୀଙ୍କ ପାଇଁ ଅନେକ ସୁଯୋଗ ରହିଛି। ଆଗକୁ ଦୁଇ ଦେଶ ବିଭିନ୍ନ ପ୍ରସଙ୍ଗରେ ପ୍ରମୁଖ ସହଯୋଗୀ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଭୟ ଦେଶ ପ୍ରତି ସୃଷ୍ଟି ହେଉଥିବା ସମସ୍ୟାକୁ ମିଳିମିଶି ସମାଧାନ କରିବାକୁ ସେ ଆହ୍ୱାନ କରିଛନ୍ତି।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.