ଜୈଶ-ଇ ମହମ୍ମଦ ହିଟ୍ ଲିଷ୍ଟ୍ରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଅଜିତ୍ ଡୋଭାଲ୍
1 min read
ଆଓରି-ନୂଆଦିଲ୍ଲୀ(୨୫/୦୯) : ଆତଙ୍କବାଦୀ ଜୈଶ-ଇ ମହମ୍ମଦ ହିଟ୍ ଲିଷ୍ଟ୍ରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଜାତୀୟ ପରାମର୍ଶ ଦାତା ଅଜିତ୍ ଡୋଭାଲ୍ । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ଥାନର ଜୈଶ-ଇ-ମହମ୍ମଦ ଏହି ତିନି ଜଣଙ୍କୁ ଟାର୍ଗେଟ କରି ଏଖି ଧମକପୂର୍ଣ୍ଣ ଚିଠି ଦେଇଛି । ବେସାମରିକ ବିମାନ ଚଳାଚଳ ବିଭାଗର ହସ୍ତଗତ ହୋଇଥିବା ଏହି ଚିଠିକୁ ନେଇ ଏବେ ଚାଲିଛି ତନାଘନା । କେବଳ ସେତିକି ନୁହେଁ, ଭାରତର ୩୦ଟି ସହର ସମେତ ୪ଟି ବିମାନ ବନ୍ଦରରେ ଆତ୍ମଘାତି ଆକ୍ରମଣ କରିବାକୁ ମଧ୍ୟ ଧମକ ଦେଇଛି ।
ଏଥିପାଇଁ ଜୈଶ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି । ସୂଚନାଅନୁଯାୟୀ, ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ରାଗରେ ଏହି ପ୍ରତିଶୋଧ ନେବା ପାଇଁ ବଡଧରଣର ଷଡଯନ୍ତ୍ର କରୁଛି । ଜୈଶ ସହ ହାତ ମିଳାଇଛନ୍ତି ଆଇଏସ୍ଆଇ ଆତଙ୍କବାଦୀ ସଂଗଠନର ଜଣେ ମେଜର । ଗୁଇନ୍ଦା ରିପୋର୍ଟ ପରେ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ପୂର୍ବରୁ ଲସ୍କର-ଇ-ତୋଇବା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ବାରଣାସୀରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଧମକ୍ ଦେଇଥିଲା ।
କେବଳ ସେତିକି ନୁହେଁ, ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତୀୟ ନୌସେନା ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଗୁଇଁନ୍ଦା ରିପୋର୍ଟ ଦେଇଥିଲା ବୋଲି ନୌସେନା ଚିଫ୍ ଆଡମିରାଲ କରମବୀର ସିଂହ ମଧ୍ୟ ପୂର୍ବରୁ କହିଥିଲେ । ଏହି ଚିଠି ଆସିବା ପରେ ଶ୍ରୀନଗର, ଅବନ୍ତିପୁରା, ଜମ୍ମୁ, ପଠାନକୋଟ, ହିନ୍ଦୋନ ଆଦି ବାୟୁସେନାର ବେସଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ୨୭ଘଣ୍ଟିଆ ପ୍ରହର ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଉଚ୍ଚପଦଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।