ଆନ୍ତର୍ଜାତୀୟ

ସ୍ୱିଡେନ୍‌ରେ ପ୍ରଧାନମନ୍ତ୍ରୀ: ଦୁଇ ରାଜିନାମା ସ୍ୱାକ୍ଷରିତ

ଆଓରି(ତା୧୮|୪)-   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ତିନି ରାଷ୍ଟ୍ର ଗସ୍ତର ପ୍ରଥମ ଚରଣରେ ଯାଇ ସ୍ୱିଡେନ୍‌ରେ ପହଞ୍ଚିଛନ୍ତି। ମୋଦିଙ୍କ ସ୍ୱିଡେନ୍‌ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‌ ଲଫ୍‌ଭେନ୍‌ ସ୍ୱାଗତ କରିଥିଲେ। ପରେ ମୋଦି ସ୍ୱିଡେନ୍‌ ରାଜା କାର୍ଲ-୧୬ଙ୍କୁ ସାକ୍ଷାତ କରିଛନ୍ତି। ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ମଙ୍ଗଳବାର ସ୍ୱିଡେନ୍‌ ସହିତ ଭାରତର ଦୁଇଟି ରାଜିନାମା ସ୍ୱାକ୍ଷର ହୋଇଛି। ପ୍ରତିରକ୍ଷା ଓ ସାଇବର ସୁରକ୍ଷା, ବର୍ଯ୍ୟବସ୍ତୁ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଉଭୟ ରାଷ୍ଟ ସହଯୋଗ ପାଇଁ ରାଜି ହୋଇଛନ୍ତି। ସ୍ମାର୍ଟ ସିଟି ପ୍ରକଳ୍ପ ଓ ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ୪୦କୋଟି ଟଙ୍କାର ସହଯୋଗ ଯୋଗାଇ ଦେବାକୁ ରାଜିନାମା ସ୍ୱାକ୍ଷର ହୋଇଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନାରେ ଭାରତକୁ ସହଯୋଗ କରିବ ବୋଲି ସ୍ୱିଡେନ୍‌ ସମ୍ମତ ହୋଇଛି। ଉଭୟ ପକ୍ଷ ଯୁଗ୍ମ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତି ପାଇଁ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ୟୁରୋପୀୟ ସଂଘ ସହିତ ବାଣିଜ୍ୟିକ ସମ୍ପର୍କ ପାଇଁ ସ୍ୱିଡେନ୍‌ ସହଯୋଗର ହାତ ବଢ଼ାଇଛି। ମୋଦି ସ୍ୱଡେନ୍‌ରେ ପହଞ୍ଚିବା ପରେ ଭାରତୀୟ ବଂଶୋଦ୍ଭବ ତଥା କର୍ମଜୀବୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ କି ୧୯୮୮ରେ ରାଜୀବ ଗାନ୍ଧିଙ୍କ ପରେ ମୋଦି ଏହି ରାଷ୍ଟ୍ର ଗସ୍ତରେ ଯାଇଛନ୍ତି। ମଙ୍ଗଳବାର ରାତିରେ ମୋଦି ବି୍ରଟେନ୍‌ ଗସ୍ତରେ ଯାଇ ସେଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମିଳନୀରେ ଯୋଗଦେବେ। ସେ ବି୍ରଟେନ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ଓ ରାଣୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଜର୍ମାନୀ ଗସ୍ତ ସାରି ଭାରତ ଫେରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button