ଜାତୀୟବିଶେଷ

ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ:ଆୟୁଷ୍ମାନ ଭାରତର କରିବେ ଶୁଭାରମ୍ଭ

ଆଓରି(ତା୧୪|୪)- ଦେଶବ୍ୟାପୀ ଆଜି ଭିମ ରାଓ ଆମ୍ବେଦକରଙ୍କୁ ସ୍ମରଣ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବାକୁ ଛତିଶଗଡ଼ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବିଜାପୁରଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଜଗଦଲପୁରଠାରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ରମଣ ସିଂହ ସ୍ୱାଗତ କରିଥିଲେ। ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତର ଘୋଷଣା କରିଥିଲେ। ଏହି ଯୋଜନାକୁ ଚର୍ଚ୍ଚା ମଧ୍ୟ ଜୋର ହୋଇଥିଲା। ଉକ୍ତ ଯୋଜନା ଅନ୍ତର୍ଗତ ଗରୀବଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ। ତେବେ ଏହି ବୀମା କିପରି ଲାଗୁ ହେବ ଓ ଏଥିରେ ଖର୍ଚ୍ଚ ହେବାକୁ ଥିବା ବଡ଼ ଅଙ୍କର ରାଜସ୍ୱ କେଉଁଠୁ ଆସିବ ଏହାକୁ ନେଇ ବ୍ୟାପକ ତର୍କ ବିତର୍କ ହୋଇଥିଲା।
ପ୍ରଧାନମନ୍ତ୍ରୀ ବିଜାପୁରଠାରୁ ୧୨କିମି ଦୂରରେ ସ୍ଥିତ ଜଙ୍ଗଲା ଗ୍ରାମରେ ଦେଶର ପ୍ରଥମ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟରର ଉଦଘାଟନ କରିବେ। ବିଜାପୁର ଛତିଶଗଡ଼ର ସବୁଠାରୁ ଦୁର୍ଗମ ଓ ଅନୁନ୍ନତ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି। ଚଳିତ ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ମଧ୍ୟ ରହିଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସକୁ ରାଜନୈତିକ କ୍ଷେତ୍ରରେ ମଧ୍ୟ ଦଳକୁ ବେଶ୍‌ ଉତ୍ସାହିତ କରିଛି।
ନୀତି ଆୟୋଗର ମୁଖ୍ୟ ଅମିତାଭ କାନ୍ତଙ୍କ ଦ୍ୱାରା ଦେଶର ପଛୁଆ ଅଞ୍ଚଳ ଭାବରେ ୧୧୫ଟି ଜିଲାକୁ ଚିହ୍ନଟ କରାଯାଇ ଥିଲା। ଏଭଳି ଜିଲା ଯାହା ବିକାଶ କ୍ଷେତ୍ରରେ ଅନ୍ୟାନ୍ୟ ଅଞ୍ଚଳଠାରୁ ବେଶ୍‌ ପଛରେ ରହିଛି। ତେବେ ବିଜାପୁରରେ ୮୧ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବସବାସ କରୁଥିବାବେଳେ ଏହା ମାଓ ପ୍ରବଣ ଅଞ୍ଚଳ ଅଟେ। ତଥାପି ଏହି ଅଞ୍ଚଳରେ ଦ୍ରୁତ ବିକାଶ ଆଣିବା ଦିଗରେ କେନ୍ଦ୍ର ଦ୍ୱାରା ସମସ୍ତ ପଦକ୍ଷେପ ନିଆଯିବା ସହ ଏହାର ତର୍ଜମା ମଧ୍ୟ ସମୟାନୁକ୍ରମେ କରାଯାଉଛି ବୋଲି ନୀତି ଆୟୋଗଙ୍କ ମୁଖ୍ୟ ଅମିତାଭ କାନ୍ତ ସୂଚନା ଦେଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜନଜାତି ମହିଳାଙ୍କୁ ଚପଲ ଉପହାର ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button