Uncategorizedଶିକ୍ଷା

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା

ଆଓରି-ଭୁବନେଶ୍ୱର(୧୮/୦୭):  ଆଜି ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟରେ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ତେବେ ସମସ୍ତ ସବ୍‌ଜେକ୍ଟରେ ସର୍ବାଧିକ କଟଅଫ୍ ରଖି ବିଜେବି କଲେଜ ଆଗରେ ରହିଛି । ଜୁଲାଇ ୧୯ରୁ ୨୪ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରୁ ନାମଲେଖା ଆରମ୍ଭ ହେବ ।  ପ୍ରଥମ ପର୍ଯ୍ୟାୟରେ  କଟଅଫ୍‌ ମାର୍କରେ ୧ ଲକ୍ଷ ୮୮ହଜାର ୨୨୨ଛାତ୍ରଛାତ୍ରୀଙ୍କ ନାମ ରହିଛି । ଚଳିତ ଥର ଯୁକ୍ତ ୩ ନାମଲେଖା ପାଇଁ ୨ଲକ୍ଷ ୧୦ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

ବିଜେବି କଲେଜ କଳା ସମ୍ମାନ(ଭୂଗୋଳ)ରେ ସର୍ବାଧିକ ୮୯ ପ୍ରତିଶତ ଥିବାବେଳେ ବିଜ୍ଞାନ ସମ୍ମାନରେ (ଜୁଲୋଜି)ରେ ସର୍ବାଧିକ ୯୧.୫ ପ୍ରତିଶତ ରହିଛି । ଏହାସହ ବିଜେବି କଲେଜରେ ବିଜ୍ଞାନ ସମ୍ମାନ(ଗଣିତ)ରେ ସର୍ବଧିକ ୯୩ପ୍ରତିଶତ ଥିବା ବେଳେ ଫିଜିକ୍ସରେ ୯୨.୬୭ ପ୍ରତିଶତ ଓ କେମିଷ୍ଟ୍ରିରେ ୯୦.୮ ପ୍ରତିଶତ ଓ ବଟାନିରେ ୮୮ପ୍ରତିଶତ କଟଅଫ୍ ମାର୍କ ରହିଛି । ଏହାର ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇବ । ଅଗଷ୍ଟ ୬ରୁ ୧୧ ମଧ୍ୟରେ ନାମଲେଖା ହେବ । ବଳକା ସିଟ୍ ଲାଗି ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ, ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button