March 21, 2023

ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବଜାଇବା ବାଧ୍ୟତାମୂଳକ ନୁହେଁ : ସୁପ୍ରିମ୍‌କୋର୍ଟ

1 min read
playing national anthem is not mandatory

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ସିନେମାହଲ୍‌ରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ପାଇଁ ଦେଇଥିବା ନିର୍ଦ୍ଦେଶରେ ମଙ୍ଗଳବାର ସଂଶୋଧନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, ଏଣିକି ସିନେମାହଲ୍‌ରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ହେବନାହିଁ। ସୁପ୍ରିମ୍‌କୋର୍ଟ ୨୦୧୬ ନଭେମ୍ବର ୩ରେ ନିର୍ଦ୍ଦେଶ ଜାରି କରିଥିଲେ। ଦେଶଭକ୍ତି ଆଦେଶ ବାଧ୍ୟତାମୂଳକ ଭାବେ ନାଗରିକଙ୍କ ଉପରେ ଜାରି କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି। ଏନେଇ ସୁପ୍ରିମ୍‌କୋର୍ଟ ୨୦୧୭ ଅକ୍ଟୋବର ୨୩ରେ ସରକାରଙ୍କ ମତ ଲୋଡିଥିଲେ। ସରକାର ସୂଚିତ କରିଥିଲେ ଯେ, ଏହା ଉପରେ ଏକ କମିଟି ଗଠନ କରାଯିବ। କମିଟି ଗଠନ କରାଯିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବାଧ୍ୟତାମୂଳକ ହେବନାହିଁ। ତେଣୁ ସିନେମାହଲ୍‌ ଗୁଡିକ ଇଛା ଉପରେ ଏହା ନିର୍ଭରକରେ ବୋଲି ସରକାର ସୂଚିତ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.