ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ପୀୟୂଷ ଗୋୟଲ
1 min read
ଆଓରି-ନୂଆଦିଲ୍ଲୀ(୨୪/୦୧) : ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବିଦେଶରେ ଚିକିତ୍ସିତ ହେଉଥିବାରୁ ତାଙ୍କ ଅନୁପସ୍ଥିତିରେ ଗୋୟଲଙ୍କୁ ଏହି ଭାର ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ଜେଟ୍ଲୀଙ୍କ ଅସୁସ୍ଥତା ସମୟରେ ସାମୟିକ ଭାବେ ତାଙ୍କ ମନ୍ତ୍ରଣାଳୟର ଦାୟିତ୍ୱ ଗୋୟଲଙ୍କୁ ଦିଆଯାଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶ। ଜେଟ୍ଲୀଙ୍କ ଅସ୍ତ୍ରୋପଚାର କରାଯାଇଥିବାରୁ ତାଙ୍କୁ ୨ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ସୁସ୍ଥ ହୋଇ କାର୍ଯ୍ୟକୁ ଫେରିବା ଯାଏ ବିନା ମନ୍ତ୍ରଣାଳୟରେ ମନ୍ତ୍ରୀ ରହିବେ। ଏଭଳି ସ୍ଥିତିରେ ଫେବୃୟାରୀ ୧ରେ ଲୋକ ସଭାରେ ଅର୍ଥମନ୍ତ୍ରୀ ଭାବେ ଗୋୟଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।