April 19, 2024

କନ୍ଧମାଳ ଜିଲ୍ଲାରେ ପୀଠା କାର୍ଯ୍ୟକ୍ରମରେ ଉତ୍ତେଜନା

1 min read
Pitha-Yojna-Failed-Aajira-Odisha

ଆଓରି-ଭୁବନେଶ୍ଵର(୧୫/୦୨) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୀଠା କାର୍ଯ୍ୟକ୍ରମରେ ଉତ୍ତେଜନା । କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକର ବାଟାଗୁଡ଼ା ପଞ୍ଚାୟତରେ ଅନୁଷ୍ଠିତ ପୀଠା କାର୍ଯ୍ୟକ୍ରମରେ ଗଣ୍ଡଗୋଳ ସହ ଉତ୍ତେଜନା ଦେଖାଦେଇଛି । ଏଲଇଡ଼ି ବଲବ ଓ ଭତ୍ତା ଟଙ୍କା ନ ମିଳିବାରୁ ବିଡ଼ିଓ ନରେଶ ଶବରଙ୍କୁ ପ୍ରଶ୍ନ କରିଥିଲେ ଲୋକେ । କିନ୍ତୁ ବିଡ଼ିଓ କୌଣସି ଉତ୍ତର ନଦେଇ ଚାଲିଯିବା ସମୟରେ ଲୋକେ ଉତ୍ତେଜିତ ହୋଇ ଟଣାଓଟରା କରିଥିଲେ ।

ଲୋକଙ୍କୁ ମିଛ କଥା କହି କାର୍ଯ୍ୟକ୍ରମକୁ ଡକାଯାଉଥିବାବେଳେ ଏଲଇଡ଼ି ବଲବ ଏକ ମାସ ହେଲା ଦିଆଯାଇନାହିଁ କାହିଁକି ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି । ସରକାରଙ୍କ ଯୋଜନା ହେଉଛି ବାଟବଣା । ବିଭିନ୍ନ ଯୋଜନାମାନ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି । ସେପଟେ ଏହି ଯୋଜନାଗୁଡ଼ିକ ସୂଚାରୁରୂପେ କାର୍ଯ୍ୟକାରୀ ହେଉନଥିବା ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.